ଗଙ୍ଗାଧରଙ୍କୁ ଉତ୍କଳମଣି ଗୋପବନ୍ଧୁ ସମ୍ମାନ

ହାଟଡିହି, (ବିକାଶ ବିଶ୍ୱାଳ) :ଆନନ୍ଦପୁର ଓ ହାଟଡିହି ସାମ୍ବାଦିକ ସଂଘ ପକ୍ଷରୁ କାନପୁର ଗାଁର ସମାଜସେବୀ ଗଙ୍ଗାଧର ରାଉତଙ୍କୁ ଉତ୍କଳମଣି ଗୋପବନ୍ଧୁ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ନିଜ ପେନସନ ଟଙ୍କାରେ ସାଳନ୍ଦୀ ନଦୀ ଉପରେ ପୋଲ ଓ ସଂଯୋଗୀ କରଣ ରାସ୍ତା ନିର୍ମାଣ କରି ସମଗ୍ର ରାଜ୍ୟରେ ଚର୍ଚ୍ଚାରେ ଥିବା ଗଙ୍ଗାଧର ରାଉତଙ୍କୁ ସାମ୍ବାଦିକଙ୍କ ପକ୍ଷରୁ ମାନପତ୍ର, ଉପଢ଼ୌକନ, ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସାମ୍ବାଦିକ କିଶୋର ଆଚାର୍ଯ୍ୟ, ଗୋପାଳକୃଷ୍ଣ ରାଉତ, ବିଶ୍ୱରଞ୍ଜନ ପାଣିଗ୍ରାହୀ, ଅମୀୟ ବରାଳ, ପାର୍ଥ ସୌରଭ ସା, ଦେବବ୍ରତ ବେହେରା, ବିଭୁତି ଭୁଷଣ ଜେନା, କମଳା କାନ୍ତ ଆୟଚ, ବିକାଶ ବିଶ୍ୱାଳ, ମନମୋହନ ନାୟକ, ଅଭିମନ୍ୟୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ