ଗଙ୍ଗାଧରଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ

ହାଟଡିହି, (ବିକାଶ ବିଶ୍ୱାଳ ) : ସାଳନ୍ଦୀ ନଦୀ ଉପରେ କାର କିଣିବାପାଇଁ ରଖିଥିବା ପେନସନ ଟଙ୍କାରେ ପୋଲ ନିର୍ମାଣପରେ ଏବେ ପୁଣି ନିଜସ୍ୱ ଖର୍ଚ୍ଚରେ କଂକ୍ରିଟ ରାସ୍ତା ନିର୍ମାଣକରି ଚର୍ଚ୍ଚାରେ ରହିଥିବା କାନପୁର ଗାଁର ଗୋପବନ୍ଧୁ ସାଜିଥିବା ଗଙ୍ଗାଧର ରାଉତଙ୍କୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଜଳଶକ୍ତି ଓ ଆଦିବାସୀ ବ୍ୟପାର ମନ୍ତ୍ରୀ ବିଶେଶ୍ୱଶ୍ୱର ଟୁଡୁ ଗତକାଲି ରାତିରେ ଆନନ୍ଦପୁର ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗଙ୍ଗାଧରଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ନଦୀ ଦ୍ୱାରା ଉପୁଜିୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷକରି ସାଳନ୍ଦୀ ନଦୀର ତଟଦେଶରେ ଭୁସ୍ଖଳନ ହେବା ଯୋଗୁଁ ନଦୀ କୁଳରେ ଥିବା କାନପୁର ଗ୍ରାମଟି ବିଶେଷ ପ୍ରଭାବିତ ହୋଇ ଅନେକ କ୍ଷୟକ୍ଷତି ଘଟୁଥିବା ସମ୍ପର୍କରେ ଶ୍ରୀ ରାଉତ ଓ ତାଙ୍କ ସହିତ ଥିବା ବୃନ୍ଦାବନ ବେହେରା, ଗୌରହରି ବାରିକ, ଚୈତନ ମହାପାତ୍ର, କୁଶଧ୍ୱଜ ବେହେରା, ଅନିଲ ବେହେରା, ଅନ୍ତର୍ଯ୍ୟାମୀ ରାଉତ ପ୍ରମୁଖ ଗ୍ରାମବାସୀମାନେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ନଦୀର ପ୍ରକୋପରୁ କାନପୁର ଗାଁକୁ ରକ୍ଷା କରିବାପାଇଁ ବ୍ୟବସ୍ଥା କରିବା ସହିତ ତାଙ୍କଦ୍ୱାରା ନିର୍ମିତ ପୋଲ ଓ ରାସ୍ତାକୁ ଲୋକର୍ପଣ ପାଇଁ ଅ୍ରନୁରୋଧ କରିଥିଲେ । ଏହି ସମୟରେ ବରିଷ୍ଠ ବିଜେପି ନେତା ଆଲୋକସେଠୀ, ମହେଶ୍ୱର ସାହୁ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବିଜୟ କୁମାର ରାଉତ, ଯଜ୍ଞପ୍ରସାଦ, ପ୍ରଫୁଲ ନାୟକ, ପ୍ରଶାନ୍ତ ମହାପାତ୍ର, ବଳଭଦ୍ର ବାରିକ, କୈଳାଶ ସାମଲ, ଶଶିକାନ୍ତ ସାମଲ, ଅଭିନ୍ନ ରାଉଳ, ମନମୋହନ ସା, ଆଲୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ