ଗଙ୍ଗାଧରପୁର ରେଳଧାରଣାରୁ ଶବ ଜବତ
ନିରାକାରପୁର (ଯୁଗାବ୍ଦ ନ୍ୟୁଜ୍) : ନିରାକାରପୁର ରେଳବାଇ ପୁଲିସ ଫାଣ୍ଡି ଅଧୀନସ୍ଥ ଗଙ୍ଗାଧରପୁର ରେଳଷ୍ଟେସନ ନିକଟରୁ ସୋମବାର ସକାଳୁ ଜଣେ ବ୍ୟକ୍ତିର ଶବ ନିରାକାରପୁର ଜିଆରପି ଜବତ କରିଛି । ସୂଚନାଯୋଗ୍ୟ କି ସକାଳୁ ଗଙ୍ଗାଧରପୁର ଷ୍ଟେସନ ଉତ୍ତର ଦିଗ ଟ୍ରାକ୍ ନଂ ୫୧୩/୪୫-୪୭ ନିକଟରେ ଏକ ଶବ ପଡ଼ିଥିବା ଖବର ପାଇ ନିରାକାରପୁର ଜିଆରପି ପହଞ୍ଚିଥିଲା । ମୃତକଙ୍କ ବୟସ ୪୫ ବର୍ଷ ହେବ । ତାଙ୍କ ଉଚ୍ଚତା ୫ଫୁଟ ୫ ଇଞ୍ଚ୍ ଓ ମଧ୍ୟମ ଶରୀର । ସେ ଗୋଟିଏ ବ୍ଲୁ ରଙ୍ଗର ଜିନ୍ ପ୍ୟାଣ୍ଟ ପିନ୍ଧି ଥିବା ଦେଖିବାକୁ ମିଳିଛି । ସେ ଚଳନ୍ତା ଟ୍ରେନରୁ ଖସି ପଡ଼ିଥିବା ଅନୁମାନ କରାଯାଉଛି । ପୁଲିସ ଶବ ଜବତ କରି ଆସନ୍ତାକାଲି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ପଠାଇବ ବୋଲି ଜଣାପଡ଼ିଛି ।