ଗଙ୍ଗାରେ ପ୍ରଦୂଷଣକୁ ହ୍ରାସ କରିବ ସିଏନଜି ଚାଳିତ ଡଙ୍ଗା

ନୂଆଦିଲ୍ଲୀ, : ଦୁଇଦିନିଆ ବାରଣାସୀ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଖିଡକିଆ ଘାଟ ଠାରେ ଗେଲ୍ ଇଣ୍ଡିଆ ଏବଂ ଇଣ୍ଡିଆନ ଅଏଲର ସିଏନଜି ବୋଟ୍‌ ରୂ ।ନ୍ତର ପ୍ରକଳ୍ପ ଏବଂ ଘାଟର ପୁର୍ନବିକାଶ ପ୍ରକଳ୍ପ ଅନ୍ତର୍ଗତ ସିଏନ୍‌ଜି ବିତରଣ ଷ୍ଟେସନର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଏହି ଅବସରରେ  କହିଛନ୍ତି ଯେ ତୈଳ ଓ ଗ୍ୟାସ ରାଷ୍ଟ୍ରାୟତ ଉଦ୍ୟୋଗ ଗେଲ୍ ଇଣ୍ଡିଆ ସିଏନଜି ଭିତିଭୂମିକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରୁଛି । ବାରଣାସୀର ଏହି ପବିତ୍ର ଘାଟରେ ୨ ହଜାର ଡ଼ିଜେଲ ଚାଳିତ ଡ଼ଙ୍ଗାକୁ ସ୍ୱଚ୍ଛ ଇନ୍ଧନ ସିଏନଜିରେ ରୂ ।ନ୍ତର କରାଯାଉଛି । ଗଙ୍ଗାରେ ପ୍ରଦୂଷଣକୁ ହ୍ରାସ କରିବା ଏବଂ ସ୍ୱଚ୍ଛ ପରିବେଶ ନିଶ୍ଚିତ କରିବା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ନିଆଯାଉଛି । ଖିଡକିଆ ଘାଟର ଐତିହ୍ୟ ଏବଂ ପୂର୍ବ ଗୌରବର ପୁନଃସ୍ଥାପନ ପାଇଁ ରାଷ୍ଟ୍ରାୟତ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କାର୍ଯ୍ୟ କରୁଛି । ଅପାର ସମ୍ଭାବନାର ଅଂଚଳ କାଶୀ ସମସ୍ତଙ୍କ ଶ୍ରଦ୍ଧାର କେନ୍ଦ୍ର । ଏକବିଂଶ ଶତବ୍ଦୀରେ ସମସ୍ତ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସରକାର ପ୍ରାଥମିକତା ଦେଉଥିବା ବେଳେ ବାରଣାସୀରେ ମଧ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ସୁଦୃଢ କରାଯାଉଛି । ଆଗାମୀ ଦିନରେ ଏଠାରେ ଧାର୍ମିକ, ବ୍ୟବସାୟ, କୃଷି ଆଧାରିତ ପର୍ଯ୍ୟଟନକୁ ଗୁରୁତ୍ୱ ଦେବା ଦିଗରେ ପଦକ୍ଷେପ ନିଆଯାଉଥିବା କେନ୍ଦ୍ରମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । ଏହି ଦୁଇଦିନିଆ ବାରଣାସୀ ଗସ୍ତକାଳରେ ପ୍ରଧାନ କାଶୀ ଠାରେ ଥିବା ଦୀନଦୟାଲ ଉପାଧ୍ୟାୟ ସ୍ମୃତିସ୍ଥଳ ଗସ୍ତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିରି ମହାମ ସନ୍ଥ, କବି ରବିଦାସଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କ ଜନ୍ମସ୍ଥାନ ସିର ଗୋବର୍ଦ୍ଧନପୁର ଗସ୍ତ କରି ରବିଦାସ ମନ୍ଦିର ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲୋ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ