ଗଛକଟାରେ ସମ୍ପୃକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶିଖରଚଣ୍ଡୀ ପାହାଡ଼ରୁ ଗଛ କାଟି ଜୈବ ବିବିଧତା ନଷ୍ଟ କରିବା ସହ ପାହାଡ଼କୁ କ୍ଷତ ବ ବିକ୍ଷତ କରାଯାଇ ରାସ୍ତା ନିର୍ମାଣ କରାଯାଇଥିବାରୁ ତାର ପ୍ରତିବାଦରେ ସଚିନ ମହାପାତ୍ର ଗ୍ରୀନ ଟ୍ରିବୁନାଲର ଆଶ୍ରୟ ନେଇଥିଲେ । ଏହାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଗ୍ରୀନ ଟ୍ରିବୁନାଲ ପକ୍ଷରୁ ଗତ ୨୪.୦୬.୨୦୨୩ ରିଖ ଦିନ ଏକ ଚାରିଜଣିଆ କମିଟି ଏ.ପି. ମିଶ୍ର, ଡେପୁଟି ଡ଼ାଇରେକ୍ଟର ଜେନେରାଲ ଫରେଷ୍ଟ, ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲାପାଳ, ଖୋର୍ଦ୍ଧା, ଶ୍ରୀ ସନ୍ଦିପ ରାୟ, ରିଜିଓନାଲ ଡାଇରେକ୍ଟର, ସିପିସିଭି, ଡଃ ସୋହନ ଗିରି, ଅଫିସର ଓଏସ୍ପିସିବି ଅନୁସନ୍ଧାନରେ ଆସି ସତ୍ୟାସତ୍ୟ ଅନୁସନ୍ଧାନ କରିବା ପରେ ରିପୋର୍ଟ ପ୍ରଦାନ କରିଛନ୍ତି ଯେ, ଡିଏଫ୍ଓ ଚନ୍ଦକାଙ୍କର ଅନୁମତି ନିଆନଯାଇ ବିନା ଅନୁମତିରେ ପାହାଡ଼ ଉପରୁ ଅନେକ ମୁଲ୍ୟବାନ ଗଛ କଟାଯାଇ ଜୈବ ବିବିଧତା ନଷ୍ଟ କରାଯାଇଛି । ଯେଉଁ ବ୍ୟକ୍ତିମାନେ ବିନା ପରାମର୍ଶରେ ଶିଖରଚଣ୍ଡୀ ପାହାଡ଼ରୁ ଗଛ କାଟିଛନ୍ତି ଓ ପାହାଡ଼ ଭାଙ୍ଗିଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଏକ ପ୍ରେସ୍ ବିବୃତ୍ତିରେ ଦୃଢ ଦାବି କରିଛନ୍ତି ।