ଗଛକୁ ଛୁଇଁଲେ ହୋଇଯାଏ ମୃତ୍ୟୁ
ସୁସ୍ଥ ବାତାବରଣ ପାଇଁ ବୃକ୍ଷଲତା ବରଦାନ ସଦୃଶ । ଗଛ ବିନା ଜୀବଜଗତ ସୃଷ୍ଟି ଅସମ୍ଭବ । କାରଣ ଏଥିରୁ ନିର୍ଗତ ଅମ୍ଳଜାନକୁ ଆମେ ନିଃଶ୍ୱାସରେ ଗ୍ରହଣ କରିଥାଉ । କିନ୍ତୁ ଏମିତି ଗଛ ଅଛି ଜୀବନ ଦେବା ପରିବର୍ତ୍ତେ ନେଇଯାଇଥାଏ । ଆଜି ଏହି ଗଛ ସମ୍ପର୍କରେ କହିବୁ ଯାହା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ । ଏହା ସୁଇସାଇଡ୍ ଟ୍ରି ବା ସରବେରା ଓଡଲମ ଗଛ ନାମରେ ଜଣାଶୁଣା । କୁହାଯାଏ, ଏହି ଗଛ କିଙ୍ଗ୍କୋବ୍ରାଠାରୁ ବି ଭୟାନକ । ଏହି ଗଛ ଏତେ ବିଷାକ୍ତ, ଛୁଇଁବାର କିଛି ସମୟ ମଧ୍ୟରେ ଲାକଙ୍କ ଜୀବନ ଚାଲିଯାଏ । ପ୍ରତି ସପ୍ତାହରେ ଏହି ଗଛକୁ ଛୁଇଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥାଏ ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି । ଏହି ଗଛକୁ ନେଇ ଗବେଷଣାକାରୀମାନେ କୁହନ୍ତି, ବିଶ୍ୱରେ ଯେତେ ଗଛ ରହିଛି ସବୁଠୁ ବିଷାକ୍ତ ହେଉଛି ଓଡ଼ଲମ ଗଛ । ଏଥିରୁ ସରବେରିନ ନାମକ ଏକ ତତ୍ତ୍ୱ ନିର୍ଗତ ହୋଇଥାଏ । ଯାହା ବିଷପୂର୍ଣ୍ଣ । ଏହି ଗଛକୁ ଛୁଇଁବା ମାତ୍ରେ ଶରୀର ଜ୍ୱଳନ ହେବା ସହ ଲୋକଙ୍କୁ ବାନ୍ତି, ଦେହହାତ ଦରଜ, ଛାତି ଥରିବା ଏବଂ ଡାଏରିଆ ପରି ରୋଗ ହୋଇଥାଏ । ଫଳରେ କିଛି ସମୟ ମଧ୍ୟରେ ବ୍ୟକ୍ତିର ମୃତ୍ୟୁ ଘଟିଥାଏ । କୁହାଯାଏ, ଏହାର କାରଣ ଖୋଜି ପାଇବା କଷ୍ଟକର । ଏହି ଗଛ ଭାରତର ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଇଥାଏ ।


