ଗଛକୁ ପିଟିଲା ଲୁହା ପଥର ବୋଝେଇ ଟ୍ରକ ;ଚାଳକ ମୃତ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ହାଟବାଦଡା ଫାଣ୍ଡି ଅନ୍ତର୍ଗତ ଯଶିପୁର -ରାଇରଙ୍ଗପୁର ଜାତୀୟ ରାଜପଥ ୨୨୦ ନମ୍ବର ଵଳତପୁର ପାଖରେ ଶନିବାର ରାତିରେ ଏକ ଲୁହାପଥର ବୋଝେଇ ଟ୍ରକ ରାସ୍ତାର କଡ଼ ଗଛକୁ ପିଟି ହେବା ଫଳରେ ଚାଳକର ମୃତ୍ୟୁ ହୋଇଥିଲା । ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଚାଳକକୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିବା ଟ୍ରକକୁ ଜବତ କରିଥିଲା । ରବିବାର ଦିନ ପୋଲିସ ଦୁର୍ଘଟଣା ଜନିତ ମାମଲା କେଶ ନମ୍ବର ୬୨/୨୩ ରୁଜୁ କରି ମୃତକଙ୍କୁ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ମୃତକ ହେଲେ ବିହାର ରାଜ୍ୟର ଔରଙ୍ଗାବାଦ ଜିଲ୍ଲାର ଶିମଲିଖେରା ଅଂଚଳର ଧର୍ମେନ୍ଦ୍ର ଯାଦବ (୨୪) ।କେନ୍ଦୂଝର ଜିଲ୍ଲାର ଶୁଆକାଠିରୁ ଲୁହାପଥର ବୋଝେଇ ଟ୍ରକ ଯାମସେଦପୁରର ହାତକୁ ଆଣୁଥିବା ବେଳେ ଦୁର୍ଘଟଣାରେ ଶିକାର ହୋଇଥିଲେ ।ଶଵ ବ୍ୟବଛେଦ ବିଳମ୍ବ ହେବାରୁ ସୋମବାର ଦିନ ମୃତକଙ୍କ ପରିବାର ଲୋକେ ମୃତକଙ୍କୁ ତାଙ୍କ ଘରକୁ ନେଇଯିବେ ।


