ଗଛକୁ ପିଟିଲା ସ୍କୁଟି, ଛାତ୍ରୀ ମୃତ, ଦୁଇ ଗୁରୁତର

ବୁଗୁଡା ( ଅନିଲ ମହାରଣା)ବୁଗୁଡା ଥାନା ଅନ୍ତର୍ଗତ ଜେକ ଗ୍ରାମ ନିକଟରେ ମଇ ୫ ତାରିଖ ଦିନ ଅପରାହ୍ନ ସାଢେ ତିନିଟାରେ ଓଡ଼ି ୦୨ଏଜେ ୯୬୦୧ ସ୍କୁଟିରେ ତିନିଜଣ ଛାତ୍ରୀ ବସି ଦ୍ରୁତ ଗତିରେ ବୁଗୁଡା ଦିଗରୁ କୋମଣ୍ଡ ଯାଉଥିବା ବେଳେ ଏକ ଗଛକୁ ପିଟିଦେଇଥିଲେ। ଘଟଣା ସ୍ଥଳରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣଙ୍କୁ ଆହାତ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବୁଗୁଡା ଅଣାଯାଇଛି। ମୃତ୍ୟ ବରଣ କରିଥିବା ଛାତ୍ରୀ ଜଣକ ହେଲେ ଫୁଲବାଣୀ ଜିଲ୍ଲା ଦାରିଙ୍ଗିବାଡ଼ି ର ଫିଜା ମଲ୍ଲିକ (୧୯), ମୁଣ୍ଡକୁ ମାଡ ହୋଇ ଗୁରୁତର ଥିବା ଛାତ୍ରୀ ଜଣକ ହେଲେ ଫୁଲବାଣୀ ସହରର ପ୍ରଜ୍ଞା ଜ୍ୟୋତି ଜାନୀ(୧୯) ଓ ଅନ୍ୟ ଆହତ ଛାତ୍ରୀ ଜଣକ ହେଲେ ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ମକରାପଲ୍ଲୀ ଗ୍ରାମର ଶାନ୍ତି ନାୟକ( ୨୧)। ଗୁରୁତର ଆହତ ଛାତ୍ରୀ ପ୍ରଜ୍ଞା ଜ୍ୟୋତି ଜାନୀ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଶାନ୍ତି ନାୟକ ବୁଗୁଡ଼ାରେ ଚିକିତ୍ସା ହେଉଥିବା ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ସମସ୍ତ ଛାତ୍ରୀ ନୟାଗଡ଼ ଜିଲ୍ଲା, ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୋମଣ୍ଡ ଗ୍ରାମର କୌଣସି ବୈଷୟିକ ଶିକ୍ଷା ଅନୁଷ୍ଠାନର ଛାତ୍ରୀ ହୋଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ