ଗଛକୁ ପିଟି ହେଲା କାର, ଚାଳକ ମୃତ୍ୟୁ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ଖୋଳଖାଳି ବାଙ୍କେଶ୍ୱରି ମନ୍ଦିର ନିକଟରେ ଏକ ଗଛରେ କାରଟି ପିଟି ହୋଇ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକ ଜଣକ ହେଲେ ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ଅରଖପୁର ଗ୍ରାମର କାଳୁ ଚରଣ ଦଳେଇ । ଗତ ୪ ମାସ ପୂର୍ବେ ଅକ୍ଟୋବର ମାସରେ ଓଡ଼ି ୦୨ ସିଡି ୨୫୦୪ ନମ୍ବର ନୂତନ କାରକୁ କାଳୁ ଚରଣ ଦଳେଇ କିଣିଥିଲେ। ଏକାକୀ ନିଜର ଗାଡି ଚଳାଇ ବୁଗୁଡା ଆସି ନିଜ ଗ୍ରାମକୁ ଫେରୁଥିବା ବେଳେ ବାଙ୍କେଶ୍ୱରୀ ମନ୍ଦିର ନିକଟରେ ରାସ୍ତା ପାର୍ଶ୍ୱର ଏକ କଦମ୍ବ ଗଛରେ କାରଟି ପିଟିହୋଇଥିଲା। ଦୁର୍ଘଟଣାରେ କାଳୁ ଚରଣଙ୍କ ମୁଣ୍ତରେ ଶକ୍ତ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ଘଟଣା ସ୍ଥଳରୁ ଆହତ କାଳୁଙ୍କୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲେ। ଡାକ୍ତର ପରୀକ୍ଷା କରି କାଳୁ ଚରଣ ଦଳେଇଙ୍କୁ ମୁତ୍ଯୁ ଘୋଷଣା କରିଥିଲେ । ବୁଗୁଡା ପୋଲିସ୍ ଖବର ପାଇ ଦୁର୍ଘଟଣା ସ୍ଥଳରୁ କାର୍ ଜବତ କରିବା ସହ ମେଡିକାଲରେ ପହଞ୍ଚି ମର ଶରୀର ଜବତ କରି ଶବ ବ୍ଯବଛେଦ ପାଇଁ ପଠାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ