ଗଛକୁ ପିଟି ହୋଇ ବାଇକ ଚାଳକ ଗୁରୁତର
କଳାହାଣ୍ଡି ,(ଯୁଗାବ୍ଦ ନ୍ୟୁଜ୍) : କଳାହାଣ୍ଡି ଜିଲ୍ଲା ସୁନାପାଲି ମୁଖ୍ୟ ରାସ୍ତାରେ ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ । ଚାଳକ ଗୁରୁତର । ଯୁବକ ଜଣକ ପରିଚୟ ମିଳିପାରିନାହିଁ । ଗୁରୁତର ଅବସ୍ଥାରେ ଯୁବକ ଜଣକୁ ଭବାନୀପାଟଣା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦ୍ରୁତ ଗତିରେ ବାଇକ୍ ଓଆର ଜିରୋ ୮ ଡି ୮୪୮୭ ଯୋଗେ ଯାତ୍ରା କରୁଥିବାରୁ ଯୁବକ ଜଣକ ଭାରସାମ୍ୟ ହରାଇ ଗଛକୁ ପିଟି ହୋଇ ଗୁରୁତର ଆହାତ ହୋଇଛନ୍ତି ।