ଗଛକୁ ରାକ୍ଷୀ ବାନ୍ଧି ପାଳନ କଲେ ରାକ୍ଷୀ ପୂର୍ଣ୍ଣିମା

ଗଞ୍ଜାମ, (ବିନୋଦ ପଲାଇ):ଗଛକୁ ରାକ୍ଷୀ ବାନ୍ଧିବା କଥା ଶୁଣିଲେ ଆପଣ ହୁଏତ ଆଶ୍ଚଯ୍ୟ ହେଉଥିବେ।ସାଧାରଣତଃ ରାକ୍ଷୀ ପୂର୍ଣ୍ଣିମା ଆସିଲେ ଭଉଣୀ ବାନ୍ଧିଥାଏ ରାକ୍ଷୀ ଭାଈ ହାତରେ, ଆଉ ଭାଈ ପ୍ରତିଜ୍ଞା କରିଥାଏ ସାରା ଜୀବନ ଭଉଣୀକୁ ସବୁ ବିପଦ ଆପଦରୁ ରଖ୍ୟା କରିବି। କିନ୍ତୁ ଗ୍ରୀନ ପିସ୍ ଭିଲେଜ ଫାଉଣ୍ଡେସନ ର ସଦସ୍ୟ ମାନେ ଗଞ୍ଜାମ ଜିଲ୍ଲା ରେ ନିଆରା ଢଙ୍ଗରେ ଗଛ କୁ ରାକ୍ଷୀ ବାନ୍ଧି,ରକ୍ଷା ବନ୍ଧନ ପାଳନ କରିଛନ୍ତି।ଜୀବ ଜଗତ କୁ ବଞ୍ଚି ରଖିବା ଓ ପରିବେଶ ସୁରକ୍ଷା ରେ ଗଛର ଭୂମକା ଅତୁଳନୀୟ ହୋଇଥିବାରୁ ଫାଉଣ୍ଡେସନ ତରଫରୁ ଆଡ଼ମ୍ବରରେ ରାକ୍ଷୀପୂର୍ଣ୍ଣିମା ପାଳନ କରାଯାଇଛି। ଏଥି ସହିତ ରାସ୍ତା ରେ ଯାଉଥିବା ବ୍ୟକ୍ତି ଙ୍କୁ ଫାଉଣ୍ଡେସନ ତରଫରୁ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ କରିବା ପାଇଁ ଉପଦେଶ ଦିଆଯାଇଛି। ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ବନ୍ୟ ଖଣ୍ଡ ଅଧିକାରୀ ନରସିଂହ ବେହେରା, ଅନୁଷ୍ଠାନର ସଭାପତି ପ୍ରକାଶ ନାୟକ, ସମ୍ପାଦକ ଦେବେନ୍ଦ୍ର ନାହକ, କୋ ଫାଉଣ୍ଡର ପ୍ରଶାନ୍ତ ଦାସ , ଉପଦେଷ୍ଟା ବିଘ୍ନରାଜ ଦାସ୍,ସମାଜ ସେବୀ ପଞ୍ଚାନନ ଖଟୁଆ, ଶିକ୍ଷକ ଶେଷଦେବ ବେହେର, ଧରଣୀଧର ବେହେରା,ସିଲୁଦତ ନାୟକ ଏବଂ ବାମଦେବ ହାଇସ୍କୁଲ ର କିଛି ଛାତ୍ରୀ ମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ବନଖଣ୍ଡ ଅଧିକାରୀ ନରସିଂହ ବେହେରା ବୃକ୍ଷ ରୋପଣ ଏବଂ ବୃକ୍ଷର କିଭଳୀ ଯତ୍ନ ନିଆ ଜୀବ ସେ ବିଷୟରେ ଆଲୋଚନା କରିଥଲେ ଏଥିସହିତ ଫାଉଣ୍ଡେସନ ପ୍ରତିଷ୍ଠାତା ପ୍ରତାପ ନାୟକ ଏଭଳି ନିଆରା ବୃକ୍ଷରୋପଣ ଓ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେବାସହ ଆଗକୁ କିଭଳି ଫାଉଣ୍ଡେସନ ତରଫରୁ ପ୍ରଚୁର ପରିମାଣର ବୃକ୍ଷରୋପଣ କରାଯାଇପାରିବ ସେ ବିଷୟରେ ଆଲୋଚନ କରିଥଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ