ଗଛମୂଳେ ରଖିଛନ୍ତି ପାଣି ପାତ୍ର, ପଶୁପକ୍ଷୀଙ୍କ ପାଇଁ ଜଳ ସେବା ଯୋଗାଉଛନ୍ତି ସାମାଜିକ କର୍ମୀ

ଭୁବନେଶ୍ୱର: ବାତ୍ୟା ପର ର ରାଜଧାନୀ ବୃକ୍ଷ ଓ ଛାଇ ଶୂନ୍ୟ ହୋଇଛି । ଆକାଶରୁ ନିଆଁ ଝୁଲ ଭଳି ରୌଦ୍ରତାପରେ ସନ୍ତୁଳି ହେଉଛି ଜୀବନ । ଦିନ ୧୧ଟା ବେଳକୁ ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି । ଅସହ୍ୟ ଗ୍ରୀଷ୍ମପ୍ରବାହ କାରଣରୁ ଲୋକେ ଘରୁ ବାହାରୁ ନଥିବା ବେଳେ ବୁଲା ଗାଈ, ଗୋରୁ, କୁକୁର, ବିଲେଇ ଓ ବିଭିନ୍ନ ପ୍ରକାର ପକ୍ଷୀମାନେ ଛାଇ ଓ ପାଣି ଟୋପେ ପାଇଁ ଦହଗଞ୍ଜ ହେଉଛନ୍ତି । ବୁଲା ପଶୁ ଓ ପକ୍ଷୀମାନଙ୍କ ଏଭଳି ଦୁର୍ଦ୍ଦଶାକୁ ଅନୁଭବ କରିବା ପରେ ସମାଜସେବୀ ସୁଶାନ୍ତ ସାହୁ ପୋଖରୀପୁଟ ଇନ୍ଦ୍ରପ୍ରସ୍ଥ କଲୋନୀ ଫେଜ୍-୨ ଅଞ୍ଚଳରେ ନିଜ ଘର ପାଖରେ ଜଳ ଭର୍ତ୍ତି ପାତ୍ରମାନ ରଖିବାର ବ୍ୟବସ୍ଥା କରିଛନ୍ତି । ଏହା ଅନେକ ଛୋଟବଡ଼ ପଶୁପକ୍ଷୀମାନଙ୍କୁ ଆକର୍ଷିତ କରିଥିବା କହନ୍ତି ସୁଶାନ୍ତ ।
ସ୍ମାର୍ଟ ସହର ଭୁବନେଶ୍ୱର ବାତ୍ୟା ପରବର୍ତ୍ତୀ ଭୂଗୋଳ ବଦଳି ଯାଇଛି । ବିଶାଳକାୟ ଗଛମାନ ଧରାଶାୟୀ ହେବା ପରେ ଅନେକ ପକ୍ଷୀ ବାସହରା ହୋଇ ପଡ଼ିଛନ୍ତି । ଠିକ୍ ଏହି ସମୟରେ ଅସହ୍ୟ ଗରମ ସେମାନଙ୍କୁ ଅସ୍ତବ୍ୟସ୍ତ କରାଇ ଦେଉଛି । ସହରରେ ପଥ•ରୀମାନଙ୍କ ପାଇଁ ଜଳଛତ୍ରମାନ ଖୋଲା ଯାଉଥିବା ବେଳେ ପଶୁପକ୍ଷୀମାନଙ୍କ ପାଇଁ ସାମାଜିକ କର୍ମୀ ସୁଶାନ୍ତଙ୍କ ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି । ବିଏମ୍ସି କର୍ତ୍ତୃପକ୍ଷ ଅନୁରୂପ ପଦକ୍ଷେପ ନେବାକୁ ଦାବୀ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ