ଗଛରେ ଦିଅନ୍ତୁ ଅଣ୍ଡା ସିଝା ପାଣି
ଅଣ୍ଡା ଏକ ପୁଷ୍ଟିକର ଖାଦ୍ୟ ହୋଇଥିବା ବେଳେ ଶରୀରକୁ ଭିଟାମିନ୍ ଯୋଗାଇବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପ୍ରାୟତଃ ଡାକ୍ତର ପ୍ରତ୍ୟେକ ଦିନ ରୋଗୀ ତଥା ସାଧାରଣ ଲୋକଙ୍କୁ ଅଣ୍ଡା ସିଝା ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ତେବେ ଆଉ ଗୋଟିଏ ଏହାର ଭଲ ଗୁଣ ରହିଥିବା ଏବେ ବିଶେଷଜ୍ଞମାନେ କହିଛନ୍ତି । ଆମେ ସିଝାଉଥିବା ଅଣ୍ଡା ର ପାଣିକୁ ଅଦରକାରୀ ଭାବି ଫୋପାଡି ଦେଇଥାଉଁ । କିନ୍ତୁ ଏହି ସିଝା ଅଣ୍ଡାର ପାଣିରେ ପ୍ରଚୁର ମାତ୍ରାରେ ମିନେରାଲ୍ ଏବଂ କ୍ୟାଲସିୟମ୍ ରହିଥିବା କଥା ଆମେ ଜାଣି ନଥାଉ । ଏବେ ଏକ ରିପୋର୍ଟ ମୁତାବକ ଏହିପାଣି ଆମର ଖୁବ୍ ଉପକାରୀ ବୋଲି କୁହାଯାଇଛି । ଏହାକୁ ନ ଅଦରକାରୀ ଭାବି ନଫୋପାଡି ଏହି ପାଣିକୁ ଯଦି ଚାରା ବା ଗଛମୂଳେ ବ୍ୟବହାର କରିବା ତେବେ ଏହା ଶୀଘ୍ର ଗଛ ବଢାଇବାରେ ସହାୟକ ହୋଇପାରିବ । ଯଦି ଆପଣଙ୍କ ଘର ଟିକେ ଭିତର ପଟେ ରହୁଛି ଆଉ ଆପଣଙ୍କ ଘରର ଛାତ ବା ବାଲ୍କୋନୀରେ କିଛି ଗଛ ଲଗାଇଛନ୍ତି ଓ ସେହିଗଛ କୌଣସି ସୂର୍ଯ୍ୟାଲୋକ ପାଇପାରୁ ନାହିଁ ତେବେ ଚିନ୍ତା କରିବାର ନାହିଁ । ଏହି ଅଣ୍ଡା ସିଝା ପରେ ବଳିପଡ଼ିଥିବା ପାଣିକୁ ସେହିସବୁ ଗଛରେ ପକାଇ ଦିଅନ୍ତୁ । ଦେଖିବେ ସିଝଆ ଅଣ୍ଡା ପାଣି ସେହି ଗଛ ପାଇଁ ଟନିକ୍ ଭାବେ କାର୍ଯ୍ୟ କରିବ ଏବଂ ଶୀଘ୍ର ଗଛ ବଢ଼ାଇବ । ଏହି ପାଣିର ଆହୁରି ମଧ୍ୟ ବହୁ ଔଷଧୀୟ ଗୁଣ ରହିଛି । ଯାହାକୁ ଆମେ ବିଭିନ୍ନ ପ୍ରକାର ଗଛରେ ବ୍ୟବହାର କରିପାରିବା । ପାଣିରେ ଅର୍ଗାନିକ୍ କ୍ୟାଲ୍ସିୟମ୍ ରହିଥିବାରୁ ଚାରା ମୂଳକୁ ଶକ୍ତ-ସବଳ କରିଥାଏ । ଗଛଟି ହୃଷ୍ଟପୁଷ୍ଟ ହୋଇ ବଢିବା ସହ ଫୁଲ-ଫଳ ଆଦି ଦେବାରେ ସମର୍ଥ ହୋଇପାରିଥାଏ ।ବିଶେଷଜ୍ଞମାନେ ମଧ୍ୟ ଆଉ ଗୋଟିଏ କଥା ସ୍ପଷ୍ଟ କରିଛନ୍ତି । ଏହି ପାଣିକୁ ଚାରା ବା ଗଛମୂଳେ ଦେବାର ସମୟ ଓ ନିୟମ ରହିଛି । ପ୍ରତିଦିନ ଏହି ପାଣିକୁ ବ୍ୟବହାର ଉପଯୋଗୀ କରାଯାଇ ପାରିବ ନାହିଁ । ମାସକୁ ଥରେ କିମ୍ବା ଦୁଇ ଥର ଗଛମୂଳେ ଦିଆଯାଇପାରିବ । ଯଦି ଏହି ମାତ୍ରାରୁ ଅଧିକ ଦିଆଯାଏ ତେବେ ଗଛ ବଢାଇବାରେ ସାହାଯ୍ୟ କରିବ ନାହିଁ । ସେହିପରି ଆମେ ପାଣି ଦେଲା ବେଳେ ତା’ର ଦିଗପ୍ରତି ଦୃଷ୍ଟି ଦେବାକୁ ହେବ । ବ୍ୟବହୃତ ପାଣି ଯେପରି ଥଣ୍ଡା ହୋଇଥାଏ । ଉଷୁମ ପାଣି ହୋଇଥିଲେ ଗଛକୁ ସମୁଳେ ଧ୍ୱଂସ କରିଦେବ । ଗଛରେ ବ୍ୟବହୃତ ବିଭିନ୍ନ ପ୍ରକାର କେମିକାଲ୍ ଯଥା-ସାର, ପିଡିଆ, ଔଷଧ ଆଦି ବାରମ୍ବାର ପ୍ରୟୋଗ କରିବା ବଦଳରେ ଅଣ୍ଡା ପାଣି ହିଁ ଚାରାକୁ ଜୈବିକ ସାର ଭଳି ମଜଭୁୁତ କରି ବଢ଼େଇ ପାରିବ । ତେଣୁ ଘରେ ଥିବା ଛୋଟ ବଡ ଗଛରେ ସାର ପରିବର୍ତ୍ତେ ଅଣ୍ଡା ସିଝା ପାଣି ବ୍ୟବହାର କଲେ ବହୁଗୁଣା ଲାଭ ମିଳିପାରିବ ।