ଗଛରେ ପିଟିହେଲା ବାଇକ ୨ ଗୁରୁତର

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା):ଗଜପତି ଜ଼ିଲ୍ଲା ଅଡବା ଥାନା ଅନ୍ତର୍ଗତ ତଳ ଦମାଦୁଆ ଗ୍ରାମ ନିକଟ ବୁଲାଣି ରାସ୍ତାରେ ଗୁରୁବାର ମଧ୍ଯ।ହ୍ନରେ ବାଇକ ଦୁର୍ଘଟଣାରେ ୨ ଜଣ ଯୁବକ ଗୁରୁତର ହୋଇଥିବା ବେଳେ ଚାଳକ ବର୍ତି ଯାଇଛନ୍ତି। ଗୁରୁତର ୨ ଜଣ ହେଲେ କନ୍ଧମାଳ ଜ଼ିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କିରାମା ଗ୍ରାମର ସାମନ୍ତ ମାଝି ଓ ମହେନ୍ଦ୍ର ମାଝି ଓ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଚାଳକ ସୁବାଷ ମାଝି l ନିଜ ଗ୍ରାମରୁ ଏକ ହୋଣ୍ଡା ବାଇକ ନଂ-ଓଆରଠ୨ବିଡ଼ବ୍ଲ୍ୟୁ ୭୫୪୮ ଯୋଗେ ବିବାହ ଭୋଜି ଖାଇବାକୁ ୩ ଜଣ ଯୁବକ ଅଡ଼ବା ଥାନା ଅନ୍ତର୍ଗତ କୁଟାମା ଗ୍ରାମକୁ ଆସି ଭୋଜି ସାରି ନିଜ ଗ୍ରାମକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବାଇକଟି ତଳ ଦମାଦୁଆ ଗ୍ରାମ ନିକଟ ବୁଲାଣି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା । ଘଟଣା ସ୍ଥଳରେ ସୁମନ୍ତ ଓ ମହେନ୍ଦ୍ର ଛିଟିକି ତଳେ ପଡିଯାଇଥିଲେ l ଗୁରୁତର ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମୋହନା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରି ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ସାମନ୍ତଙ୍କର ବାମ ଗୋଡ ଜଙ୍ଘର ହାଡ଼ ଭାଙ୍ଗିଯାଇଥିବା ବେଳେ ମହେନ୍ଦ୍ରଙ୍କର ବାମ ଗୋଡ଼ର ପାଦ ହାଡ଼ ଭାଙ୍ଗି ଯାଇଥିବା ଡାକ୍ତର ଜୟ କୁମାର ପଣ୍ଡା ସୂଚନା ଦେଇଛନ୍ତି।ଅଡବା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ