ଗଛରେ ପିଟିହୋଇ ବାଇକ ଚାଳକ ମୃତ : ଜଣେ ଗୁରୁତର
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍। ଗତକାଲି ବିଳମ୍ଵିତ ରାତିରେ ମୟୂରଭଞ୍ଜ କରଞ୍ଜିଆ ଥାନା ଅନ୍ତର୍ଗତ ନେଡୁଆପାଳ ନିକଟରେ ଏକ ବାଇକ୍ ଗଛରେ ପିଟି ହୋଇଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ପ୍ରାପ୍ତ ସୂଚନା ମୁତାବକ ମୃତ ବ୍ୟକ୍ତିଙ୍କ ଜଣଙ୍କ ହେଉଛନ୍ତି କରଞ୍ଜିଆ ଥାନା ଅନ୍ତର୍ଗତ ଝଲକିଆଣି ଗାଁର ବିକାଶ ନାଏକ। ସେହିପରି ଗୁରୁତର ବ୍ୟକ୍ତି ଜଣଙ୍କ ଘର ଝାଡ଼ଖଣ୍ଡ ରାଜ୍ୟର ମଝିଙ୍ଗା ଥାନା ଅନ୍ତର୍ଗତ କୁଳିପୋଷି ଗାଁର ଅବିନାଶ ନାଏକ ବୋଲି ଜଣା ପଡ଼ିଛି। ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଁଚି ତଦନ୍ତ ଚଳାଇଛି ।


