ଗଛରେ ଲଟକିଛି ପେନ୍ଥା ପେନ୍ଥା ଟଙ୍କା
ଦୁନିଆର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଆଇନ ତଥା ସାମାଜିକ ପରମ୍ପରା ପ୍ରଚଳିତ । ବ୍ରିଟେନ୍ର ସ୍କଟିଶ୍ ଦ୍ୱୀପରେ ରହିଛି ଏକ ଗଛ । ଏହା କୌଣସି ସାଧାରଣ ଗଛ ନୁହେଁ । ଗଛରେ ଲଟକି ରହିଛି ପେନ୍ଥା ପେନ୍ଥା ଟଙ୍କା । ଏହାର ଗଣ୍ଡିରେ ମଧ୍ୟ ବନ୍ଧାଯାଇଛି ଅନେକ କଏନ୍ । ବିଭିନ୍ନ ଦେଶର ଟଙ୍କା ଏବଂ କଏନ୍ ଗଛରେ ଭରି ରହିଛି । ସ୍ଥାନୀୟ ପିକ୍ ଡିଷ୍ଟ୍ରିକ୍ଟ ଫରେଷ୍ଟ୍ରେ ରହିଛି ୧୭ ଶହ ବର୍ଷ ପୁରୁଣା ଏହି ଗଛ । ଗଛରେ ପ୍ରେତାତ୍ମା ବାସ କରନ୍ତି ବୋଲି ଲୋକେ କୁହନ୍ତି । ଏଠାରେ ଛୋଟ ପିଲାଙ୍କ ଭଲ ସ୍ୱାସ୍ଥ୍ୟ ତଥା ବୁଦ୍ଧି ପାଇ ମାତାପିତା ମାନସିକ କରି ଟଙ୍କା ଗଛ ଡାଳରେ ଟଙ୍କା ବାନ୍ଧିଥାନ୍ତି । ସେହିପରି ଏଠାରେ ଟଙ୍କା ବାନ୍ଧୁଥିବା ପ୍ରେମୀଯୋଡ଼ିଙ୍କ ମଧ୍ୟରେ ଆସନ୍ତା ୧୬ ବର୍ଷ ପାଇଁ କୌଣସି ସମସ୍ୟା ଆସି ନ ଥାଏ ବୋଲି ରହିଛି ବିଶ୍ୱାସ । ପ୍ରତିଦିନ ଏଠାକୁ ଦେଶବିଦେଶରୁ ଅନେକ ପର୍ଯ୍ୟଟକ ଆସି ଟଙ୍କା ବାନ୍ଧିଥାନ୍ତି ।