ଗଛ କୁ ପିଟି ହେଲାକାର ତିନି ଗୁରୁତର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ପାଟପୁର ଥାନା ଅନ୍ତର୍ଗତ ଟି ଗୋବିନ୍ଦପୁର ତପ୍ତପାଣି ଘାଟିରେଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ । ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି ।ଖବର ପ୍ରକାରେ କିଛି ବ୍ୟକ୍ତି କାରରେ ବ୍ରହ୍ମପୁରରୁ ଉଦୟଗିରି ଯାଉଥିବାବେଳେ ପାଟପୁର ଥାନା ତପ୍ତପାଣି ଘାଟି ମୃଗ ବିହାର ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରଟି ଭାରସାମ୍ୟ ହରାଇ ଗଛରେ ପିଟି ଦେଖିବାକୁ ମିଳିଛି । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏହି ଅଘଟଣା ଘଟିଥିବା କୁହାଯାଉଛି । ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି ।ଖବର ପାଇ ପାଟପୁର ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଆମ୍ବୁଲେଶ୍ ଯୋଗେ ସେମାନଙ୍କୁ ଦିଗପହଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତ୍ବ ହେବାରୁ ବ୍ରହ୍ମପୁର ମେଡିକାଲ ପଠାଇଥିବା ଜଣାପଡ଼ିଛି । ଏ ନେଇ ପାଟପୁର ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି ।


