ଗଜପତିଜିଲ୍ଲାର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁ ଅସ୍ଥାୟୀ ଭାବେ ଦାୟିତ୍ୱ ଗ୍ରହଣ କଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗର ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଭାବେ ଭାରପ୍ରାପ୍ତ ପ୍ରଦୀପ୍ତ ଗୁରୁ ମୟୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ବ୍ରହ୍ମପୁରର ଉପ ଖଣ୍ଡିୟ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ।ଗଜପତି ଜିଲ୍ଲାର କାର୍ଯ୍ୟରତ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସ୍ଵରାଜ ସୀସାଙ୍କ ଅନ୍ୟତ୍ର ବଦଳି ହୋଇ ଥିବାର ଜଣା ପଡ଼ିଛି।ପ୍ରକାଶ ଥାଉ କି ଗଜପତିରେ ସ୍ଥାୟୀ ଜିଲ୍ଲା ସୂଚନାଲୋକ ସମ୍ପର୍କ ଅଧିକାରୀ ନିର୍ଯୁକ୍ତି ଦେଲେ ଜିଲ୍ଲା ବାସୀ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ