ଗଜପତିଜିଲ୍ଲା ଆର.ଉଦୟଗିରି ଗ୍ରସ୍ତରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ
ଆର.ଉଦୟଗିରି, (ଦେବାଶିଷ କାର୍ଜି):ପ୍ରଧାନମନ୍ତ୍ରି ନରେନ୍ଦ୍ର ମୋଦିଙ୍କ ଆତ୍ମ ନିର୍ଭରଶୀଳ ଭାରତ ଗଠନ କରିବା ଯେଉଁ ଉଦ୍ଧେଷ୍ୟ ରହିଛି ତାହାକୁ ସାକାର କରିବା ଉଦେଶ୍ୱରେ ଆଜି ଗଜପତି ଜିଲ୍ଲା ଆର.ଉଦୟଗିରି ଅନ୍ତର୍ଗତ ଲୁବୁରୁସିଂ ଗ୍ରାମରେ ସୁପ୍ତ ଅବସ୍ଥାରେ ଦୀର୍ଘ ବର୍ଷ ଧରି ପଡିରହିଥିବା ତାଳ ଗୁଡ଼ ପ୍ରକଳ୍ପକୁ ପୁନଃଉଧାର କରିବା ଉଦେଶ୍ୱରେ ଆଜି ଚାଷି ମାନଙ୍କୁ ଏକତ୍ରିତ କରିବା ସହ ଆର.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ରୁମୁଣ୍ଡା, ଆତରସିଂ, ରାମଗିରି, ସୁବଲଡା ଅଞ୍ଚଳରୁ ଖଜୁରୀ ରସ ସଂଗ୍ରହ କରି ଶବରପଲ୍ଲୀ ପଞ୍ଚାୟତର ନିକଟସ୍ଥ ଲୁବୁରସିଂ ଗ୍ରାମରେ ଥିବା ତାଳଗୁଡ଼ ପ୍ରକଳ୍ପ କାର୍ଯ୍ୟାଳୟରେ ଖଜୁରୀ ଗୁଡ ପ୍ରସ୍ତୁତ କରୁଥିବା ଓଡିଶା ତାଳଗୁଡ ସମବାୟ ସମିତିର ଚାଷୀମାନଙ୍କୁ ଏହି ଗୁଡ଼ କରିବାଲାଗି ଉପକରଣ ପ୍ରଦାନ କରାଯାଇଛି। ଲୁବୁର ସିଂ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କେନ୍ଦ୍ରମନ୍ତ୍ରୀ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ତଥା ପଶୁପାଳନ ରାଜ୍ୟ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଚାଷୀମାନଙ୍କୁ ଏହି ଉପକରଣ ପ୍ରଦାନ କରିଥିଲେ। ଏଥିସହ ଚାଷୀମାନଙ୍କ ଉନ୍ନତି ତଥା ପ୍ରକଳ୍ପର ଉନ୍ନତି ନିମନ୍ତେ କେନ୍ଦ୍ରସରକାର ସମସ୍ତ ସହାୟତା ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସମିତିର ପରିଚାଳକ ଚିଦାନନ୍ଦ ମିଶ୍ର, ନିର୍ଦ୍ଦେଶକ ସମୀର ମହାନ୍ତି, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ଜିଲ୍ଲାପରିଷଦ ଅଧ୍ୟକ୍ଷ୍ୟା ଅନିତା ରାଣୀ ବେହେରା, ଉପଜିଲ୍ଲାପାଳ ସଂଗ୍ରାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ଅଞ୍ଚଳର ପ୍ରାୟ ଦୁଇଶହ ଚାଷୀଙ୍କୁ ଉପକରଣ ବଣ୍ଟନ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ୍ ବିଭାଗ ଆଇନ ଶୃଙ୍ଖଳା ରକ୍ଷା କରିଥିଲା। ଗଜପତି ଗସ୍ତ ସମୟରେ ଶ୍ରୀ ଷଡଙ୍ଗୀ ଆଙ୍କଲୀ ହନୁମାନ ମନ୍ଦିର ଓ ଚନ୍ଦ୍ରଗିରି ନିକଟ ଜିରାଙ୍ଗ ବୁଦ୍ଧ ମନ୍ଦିର ମଧ୍ୟ ପରିଦର୍ଶନ କରିଛନ୍ତି। ସେପଟେ, ତାଳଗୁଡ ପ୍ରକଳ୍ପ କେନ୍ଦ୍ରରେ କୌଣସି କର୍ମଚାରୀ ରହୁନଥିବା ଏବଂ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ଭିତରେ ଗତି କରୁଥିବା ଶବରପଲ୍ଲି ସରପଞ୍ଚ ଜଗନ୍ନାଥ ରଇତ ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ହେବାକୁ ଥିବା ପୂର୍ବଦିନ ସଂଧ୍ୟା ସମୟରେ ଏହି ତାଳଗୁଡ଼ ପ୍ରକଳ୍ପ ପରିସର ରାତାରାତି ସଫେଇ କରାଯାଇଛି ଏବଂ ଅଞ୍ଚଳର ଅଧିକାନ୍ସ ଜନସାଧାରଣ ଏହି ବିଷୟରେ ଅବଗତ ନଥିଲେ କି ମତେ ମଧ୍ୟ ଭଲରେ ଜଣାଇନାହାନ୍ତି ବୋଲି ସବରପଲ୍ଲୀ ସରପଞ୍ଚ ଜଗନ୍ନାଥ ରଇତ ମଞ୍ଚ ଉପରେ ନିଜ ବକ୍ତବ୍ୟରେ ସୂଚନା ଦେଇଥିଲେ !ସେପଟେ ଚାଷୀଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରାଯାଉନଥିବା ଗୁଡ ପ୍ରସ୍ତୁତକାରୀ ଚାଷୀମାନେ ଅଭିଯୋଗ କରିଛନ୍ତି ଏବଂ ସେମାନଙ୍କୁ ଦିଆଯାଉଥିବା ଉପକରଣରେ ଗ୍ୟାସ ସିଲିଣ୍ଡର ଦେଇନଥିବା ଯୋଗୁଁ କିଛି ଚାଷି ସେମାନଙ୍କ ପାଇଁ ରନ୍ଧାଯାଇଥିବା ଖାଦ୍ୟ ନଖାଇ ଭୋକରେ ଘରକୁ ଫେରିଥିବା ଦେଖିବାକୁ ମିଳିଛି ! ଅନ୍ୟପଟେ ଚାଷି ମାନେ ଖରାରେ ମଞ୍ଚ ସମ୍ମୁଖରେ ବସିଥିବା ହେତୁ ସେମାନଙ୍କ ମଧ୍ୟରେ ଏକ ପ୍ରକାର ଅସନ୍ତୋଷ ଦେଖାଦେଇଥିଲା । ସେପଟେ ଚାଷୀଙ୍କୁ ଉପଯୁକ୍ତ ପାରିଶ୍ରମିକ ମିଳୁନଥିବା ମଧ୍ୟ ଅନେକ ଚାଷୀ ଅଭିଯୋଗ କରିଥିଲେ ।