ଗଜପତି:ଟ୍ରାକ୍ଟର ସହ ବାଇକ୍ ଧକ୍କା,ଜଣେ ମହିଳା ମୃତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ ଏକ ଟ୍ରାକ୍ଟର ସହ ମୋଟର ବାଇକ୍ ଧକ୍କା ହେବା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଏକ ବାଇକରେ ପ୍ରକାଶ ଶବର ଏବଂ ତାଙ୍କ ସ୍ତ୍ରୀ ରଜନୀ ଶବର ଗାରାବନ୍ଧ ଗ୍ରାମକୁ ଆସୁଥିବା ବେଳେ ଏସ.ରାଉତପୁର ଗ୍ରାମ ନିକଟର ଚର୍ଚ୍ଚ ନିକଟରେ ଏକ ଇଟା ବୋଝେଇ ଟ୍ରାକ୍ଟର ସହ ହଠାତ୍ ଧକ୍କା ହୋଇଥିଲା । ଏଥିରେ ଘଟଣା ସ୍ତଳରେ ରଜନୀଙ୍କ ମୃତ୍ୟୁ ଘଟିଥିଲା । ସ୍ୱାମୀ ପ୍ରକାଶ ଶବର ଏଥିରେ ଗୁରୁତର ଥିବାରୁ ଗାରାବନ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏ ନେଇ ଗାରାବନ୍ଧ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିବା ସହ ମୃତ ମହିଳାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପାରଲାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।


