ଗଜପତିରୁ ଆନ୍ଧ୍ରକୁ ପିଡିଏସ ଚାଉଳ ଚୋରା ଚାଲାଣ ବେଳେ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ବ୍ଲକରୁ ଏକ ଅଟୋ ଦ୍ୱାରା ପିଡିଏସ ଚାଉଳ ଆନ୍ଧ୍ରକୁ ଚୋରା ଚାଲାଣ ହେଉଥିବାବେଳେ ଜବତ କରାଯାଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ କାଶୀନଗର ବ୍ଲକ ଅନ୍ତର୍ଗତ ସୀତାପୁର ଗ୍ରାମରୁ ଏକ ଆଟୋ ନଂ ଏ.ପି ୩୯ଟି.ଏ ୦୮୨୭ ଯୋଗେ ଅଠର ବସ୍ତା ପି.ଡି.ଏସ ଚାଉଳ ଆନ୍ଧ୍ରକୁ ଚୋରା ଚାଲାଣ ହେଉଥିବା ବେଳେ ଖାରଡ଼ା ଗ୍ରାମ ଛକ ଠାରେ ଗଜପତି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରାଙ୍କ ନିର୍ଦେଶକ୍ରମେ କାଶୀନଗର ଯୋଗଣ ନିରୀକ୍ଷକଙ୍କ ଦ୍ୱାରା ଜବତ ହୋଇଥିବା ସୂଚନା ମିଳିଛି. ଜବତ ହୋଇଥିବା ପି ଡି ଏସ ଚାଉଳ ଖାରଡ଼ା ଗ୍ରାମ ପଂଚାୟତ କାର୍ଯ୍ୟାଳୟର ଗୋଦାମ ଗୃହ ମଧ୍ୟରେ ରଖାଯାଇଛି. ଆଟୋ ନିରାପଦକୁ ଦୃଷ୍ଟିରେ ରଖି କାଶୀନଗର ଥାନାରେ ରଖିଥିବା ସୂଚନା ମିଳିଛି. ଘଟଣା ନେଇ ଅନୁସନ୍ଧାନ ଜାରି ରଖା ଯାଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ