ଗଜପତିରୁ ବିହାରକୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ,ଜଣେ ଗିରଫ ।

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା)-ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଗଜପତି ଜିଲ୍ଲା ବର୍ତ୍ତମାନ ଚୋରା ଗଞ୍ଜେଇ କାରାବାରର ଭୁସ୍ୱର୍ଗ ପାଲଟିଛି । ଗଜପତି ଜିଲ୍ଲାରୁ ବିହାରର ପାଟଣାକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ ହୋଇଛି । ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି । ଘଟଣାରୁ ପ୍ରକାଶ,ଗତକାଲି ମୋହନା ଥାନାର ଆଇଆଇସି ସୁଜିତ କୁମାର ନାୟକ ପୋଲିସ ଦଳଙ୍କ ସହ କମଳାପୁର ନାକା ଛକରେ କାର୍ଯ୍ୟରତ ଥିବା ବେଳେ ସଂନ୍ଦେହଜନକ ଭାବେ ଡବ୍ଲୁ ବି ୧୯ଏଚ ୬୧୨୬ ନଂମ୍ବର ବିଶିଷ୍ଟ ଏକ ବୋଲେରୋ ପିକଅପ୍‌କୁ ଅଟକାଇ ଖାନତଲାସ କରିଥିଲେ । ଏଥିରୁ ୦୫ଗୋଟି ବସ୍ତା ଗଞ୍ଜେଇ ବାହାରି ଥିଲା । ଏହାର ଓଜନ ସାଢେ ୧୪୯କେଜି ୭୦୦ଗ୍ରାମ ଅଟେ । ଏହି ଗଞ୍ଜେଇର ମୁଲ୍ୟ ୮ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ଏବଂ ଏହି ଗଞ୍ଜେଇକୁ ଗଜପତି ଜିଲ୍ଲାର ରାଇପଙ୍କା ଅଞ୍ଚଳରୁ ଅଣାଯାଇଥିବା ପୋଲିସ ତଦନ୍ତରୁ ଜାଣିପାରିଛି । ଏହି ଘଟଣାରେ ଗଞ୍ଜେଇ ଚୋରା ଚାଲାଣକାରୀ ଟ୍ରକ ଡ୍ରାଇଭର ରମ୍ପି କୁମାର ଯାଦବ(୨୦)କୁ ପୋଲିସ ଗିରଫ କରିଛି । ରମ୍ପିର ଘର ବିହାର ବୈଶାଳି ଜିଲ୍ଲାର ଚାନ୍ଦପୁର ଗ୍ରାମରେ ବୋଲି ଜଣାପଡିଛି । ତେଣୁ ଏହି ଗଞ୍ଜେଇକୁ ସେ ବିହାରର ପାଟଣାକୁ ଚାଲାଣ ପାଇଁ ନେଉଥିବା ସ୍ପଷ୍ଟ ହୋଇଛି । ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତାଗୁଡିକୁ ଓଜନ କରାଯାଇଥିଲା । ଏ ନେଇ ମୋହନା ଥାନା କେସ ନଂ ୩୭/୨୧ରେ ମକଦ୍ଦମା ରୁଜୁ କରି ଅଭିଯୁକ୍ତଙ୍କୁ ଆଜି କୋର୍ଟକୁ ଚାଲାଣ କରାଯାଇଥିବା ଆଇଆଇସି ସୁଜିତ କୁମାର ନାୟକ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ