ଗଜପତିରୁ ରାଜ୍ୟ ବାହାରକୁ ଚୋରାଚାଲାଣ ବେଳେ ୧୧ଶହ କେଜି ଭାଙ୍ଗ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାରୁ ରାଜ୍ୟ ବାହାରକୁ ଭାଙ୍ଗ ଚୋରା ଚାଲାଣ ବେଳେ ୧୧ଶହ କେଜି ଭାଙ୍ଗ ଜବତ କରାଯାଇଛି । ଭାଙ୍ଗ ଚୋରାଚାଲାଣ କରୁଥିବା ଅଭିଯୋଗରେ ପୋଲିସ ଜଣକୁ ଗିରଫ କରିଛି । ଘଟଣାରୁ ପ୍ରକାଶ ମୋହନା ଥାନା ଅନ୍ତର୍ଗତ ନାରିଙ୍ଗି ଛକରେ ବୁଧୁବାର ରାତ୍ରରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ ବୋଲେରୋରୁ ୧୧ଶହ କେଜି ଭାଙ୍ଗ ଜବତ ହୋଇଛି । ଏହି ଘଟଣାରେ ଗାଡି ଚାଳକକୁ ଗିରଫ କରାଯିବା ସହ ବୋଲେରକୁ ଜବତ କରାଯାଇଛି । ଏ ନେଇ ମୋହନା ଥାନାରେ ୨୧୬ କେସ ନମ୍ବରରେ ମକଦ୍ଦମା ରୁଜୁ କରି ଚୋରା ଚାଲାଣକାରୀକୁ ମୋହନା କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୁଚନା ଦେଇଛନ୍ତି ।