ଗଜପତିରେ ଅବକାରୀ ଚଢାଉ ୧ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ଥାନା ଅଧୀନସ୍ଥ ପାରଳା ଜାଗିଲି ସାହି ଓ ଝାମିଗାଁରେ ଭ୍ରାମ୍ୟମାଣ ଅବକାରୀ ଚଢାଉ ଦଳ ଚଢାଉ କରି ଚୋରା ଦେଶୀମଦ କାରବାରରେ ସଂପୃକ୍ତ ଜଣଙ୍କୁ ଗିରଫ କରିଛନ୍ତି । ସୁଚନାରୁ ପ୍ରକାଶ ଯେ ପାରଳା ଜାଗିଲି ସାହିର ସି.ସାନପିଲ୍ଲିଙ୍କ ନିକଟରୁ ଅବକାରୀ ଚଢାଉ ଦଳ ଗୋଟିଏ ମୋଟର ସାଇକେଲ ସହ ୪୦ ଲିଟର ଦେଶୀ ରନ୍ଧା ମହୁଲୀମଦ ଜବତ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ସେହିପରି ଅନ୍ୟ ଏକ ଖୋଲାସ୍ଥାନରୁ ୧୦୦ ଲିଟର ମହୁଲି ରନ୍ଧାମଦ ଜବତ କରାଯାଇଛି । ଏହିପରି ମୋଟ ୧୪୦ ଲିଟର ଚୋରା ଦେଶୀମଦ ଜବତ କରାଯାଇଛି । ଏହି ଚଢାଉରେ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଦଳର ଚନ୍ଦ୍ରଶେଖର ପଢିଆରୀ,କିଶୋର ଚନ୍ଦ୍ର ରଥ,ମୁନି ଶବର ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ ।


