ଗଜପତିରେ ଆଜାଦିକା ଅମୃତ ମୋହତ୍ସବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ୬ମାଇଲ ଛକ ଠାରେ ଥିବା ଫୁଡ କର୍ପୋରେସନ ଇଣ୍ଡିଆ (ଏଫସିଆଇ) ଗୋଦାମ ପରିସରରେ ଆଜାଦିକା ଅମୃତ ମୋହତ୍ସବ ପାଳିତ ହୋଇଯାଇଛି । ଦେଶ ସ୍ୱାଧୀନର ୭୫ତମ ବର୍ଷ ସ୍ୱାଧୀନତା ଦିବସ ପାଳନ କରାଯାଉଥିବା ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ୍.ସିମାଦ୍ରୀ, କେ.ସୀତାପୁର ସରପଞ୍ଚ ୟୁରିୟାନୀ ଶବର, ବରିଷ୍ଠ ଭାଜପା ନେତା ନୃସିଂହ ଚରଣ ପଟ୍ଟନାୟକ ସମିତି ସଭ୍ୟ ଡି. ରାଜେଶ, ସିଦ୍ଧାମଡଙ୍ଗ ସରପଞ୍ଚ ଏ.ଭେଙ୍କଟରାଓ, ହାଡୁଭାଙ୍ଗି ସରପଞ୍ଚ ପି.ବାବୁ ରାଓ ପ୍ରମୁଖଙ୍କ ସମେତ ବହୁ ଭାଜପା ନେତା ଓ କର୍ମୀ ଉପସ୍ଥିତଥିଲେ । ଏଥିରେ ଏଫସିଆଇର ଇନ୍ଚାର୍ଜ ଡିଭିଜିନାଲ ମ୍ୟାନେଜର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


