ଗଜପତିରେ ଆଜି ମାତ୍ର ୨ଜଣ କରୋନା ପଜିଟିଭ୍ ଚିହ୍ନଟ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ ଦିନକୁ ଦିନ ନିୟନ୍ତ୍ରିତ ହେବାରେ ଲାଗିଛି । ଆଜି ମାତ୍ର ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨ଜଣକୁ ମିଶାଇ ସଂଖ୍ୟା ୩୯୩୩ରେ ପହଞ୍ଚିଛି । ଏହି ୨ଜଣଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେବଳ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୨ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଜିଲ୍ଲାପାଳ ଅନୁପମ ସାହା ଏହି ସୁଚନା ଦେଇଛନ୍ତି । ଗତ ଦୀର୍ଘ ଦିନ ପରେ ଗତ କିଛି ଦିନ ଧରି ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ଆଜି ଏହି ସଂଖ୍ୟା ମାତ୍ର ୨ରେ ପହଞ୍ଚିଛି । ଗଜପତି ଜିଲ୍ଲା ପ୍ରଶାସନର ବିଭିନ୍ନ ସଚେତନ ମୁଳକ କାର୍ଯ୍ୟକ୍ରମ,ସାଧାରଣଙ୍କୁ ଆଗୁଆ ସୁଚନା ଏବଂ ଜନସାଧାରଣଙ୍କ ଠାରେ କରୋନାରୁ ଦୁରେଇ ରହିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ଆଦି ଯୋଗୁଁ ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ହୋଇପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ