ଗଜପତିରେ ଆଜି ମାତ୍ର ୭ଜଣ କରୋନା ପଜିଟିଭ୍
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ ଦିନକୁ ଦିନ ନିୟନ୍ତ୍ରିତ ହେବାରେ ଲାଗିଛି ଆଜି ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୭ଜଣକୁ ମିଶାଇ ସଂଖ୍ୟା ୩୭୪୭ରେ ପହଞ୍ଚିଛି ।ଏମାନଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ୭ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୪ଜଣ,ମୋହନା ବ୍ଲକରୁ ଜଣେ,କାଶାନଗର ବ୍ଲକରୁ ଜଣେ,ଉଦୟଗିରି ବ୍ଲକରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଜିଲ୍ଲାପାଳ ଅନୁପମ ସାହା ଏହି ସୁଚନା ଦେଇଛନ୍ତି ।