ଗଜପତିରେ ଆଜି ୨୫ ଆକ୍ରାନ୍ତ ଚିହ୍ନଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ ଆଜି ଗୁରୁବାର ଦିନ ଜିଲ୍ଲାରେ ମୋଟ ୧୩୦୬ ଜଣଙ୍କ କୋରନା ଟେଷ୍ଟ କରାଯାଇଥିବା ବେଳେ ଏଥି ମଧ୍ୟରୁ ୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୫ଜଣ ପୋଜିଟିଭ୍ ଚିହ୍ନଟ ମଧ୍ୟରେ ପାରଳାଖେମୁଣ୍ଡି ସହରାଞ୍ଚଳରୁ ଜଣେ, ଗୋଷାଣୀ ବ୍ଲକରୁ ୩ଜଣ, ଗୁମ୍ମା ବ୍ଲକରୁ ୨ଜଣ, ମୋହନା ବ୍ଲକରୁ ୧୨ଜଣ ଏବଂ ରାୟଗଡ ବ୍ଲକରୁ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।