ଗଜପତିରେ ଆବାସ ଟଙ୍କା ହଡପ ଘଟଣାରେ ସରପଞ୍ଚ ଓ ତାଙ୍କ ସ୍ୱାମୀ ଜେଲ ଗଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ହିତାଧୁକାରୀଙ୍କ ଆବାସ ଟଙ୍କା ହଡ଼ପ ଅଭିଯୋଗରେ ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ୍ ବସ୍ତିଗୁଡ଼ା ପଞ୍ଚାୟତ ସରପଞ୍ଚ ଓ ସ୍ଵାମୀଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ସରପଞ୍ଚ ରିତନୀ ମଣ୍ଡଳ ଓ ସ୍ବାମୀ । ଉଦୟ ମଣ୍ଡଳଙ୍କ ଜାମିନ ନାମଞ୍ଜୁର ହେବାରୁ ହାଜତକୁ ପଠାଇ ଦିଆଯାଇଛି। ଏଥିସହ ଏହି ଟଣାରେ ଆଉ କିଏ ସଂପୃକ୍ତ ଅଛନ୍ତି ଏନେଇ ତଦନ୍ତ ଜାରି ଚାରି ରହିଥିବା ତଦନ୍ତକାରୀ ଅଧିକାରୀ ଆର.ଉଦୟଗିରି ଥାନା ସବ୍ ଇନ୍ସପେକ୍ଟର ସୁନିଲ ସେଠୀ କହିଛନ୍ତି। ସୁରେଇଖମା ଗ୍ରାମର ଆୟୁବ ରଇତଙ୍କ ପତ୍ନୀ ଜୟନ୍ତୀ ରଇତ ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ପାଇଁ ଅନୁଦାନ ଅର୍ଥ ଆସିଥିଲା। ଦୁଇଟି କିସ୍ତିରେ ୧ ଲକ୍ଷ ୫ ହଜାର ଟଙ୍କା ଭୁଲରେ ତୁମ ଆକାଉଣ୍ଟକୁ ଆସିଥିବା ସରପଞ୍ଚ ରିତନୀ ଓତାଙ୍କ ସ୍ବାମୀ ଉଦୟ କହିବା ସହ ଟଙ୍କା ଫେରସ୍ତ କରିବାକୁ ଜୋର କରିଥିଲେ। ଜୟନ୍ତୀଙ୍କ ପରିବାର ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ। ସରପଞ୍ଚ ରିତାନୀ ମଣ୍ଡଳ ଜୟନ୍ତୀଙ୍କୁ ଫୋନ କରି କହିଲେ ଯେ ଆମ ଟଙ୍କା ତମ ବ୍ୟାଙ୍କ୍ ଆକାଉଣ୍ଟକୁ ଚାଲିଯାଇଛି। ତମେ ଶୀଘ୍ର ଆସିକି ଉଠେଇକି ଦିଅ। ସ୍ବାମୀ, ସ୍ତ୍ରୀ ଆସି ୨୦୨୩ ଅକ୍ଟୋବର ୩ରେ ବ୍ୟାଙ୍କରୁ ୪୦ ହଜାର ଟଙ୍କା ଉଠେଇଥିଲେ। ସେତେବେଳେ ସରପଞ୍ଚ ଓ ତାଙ୍କ ସ୍ବାମୀ ବ୍ୟାଙ୍କ୍ ଆଗରେ ତାଙ୍କ ଠାରୁ ୪୦ ହଜାର ଟଙ୍କା ନେଇଯାଇଥିଲେ ବୋଲି ଜୟନ୍ତୀ ଅଭିଯୋଗ କରିଛନ୍ତି। ଏହାପରେ ପୁଣି ୬୫ ହଜାର ଟଙ୍କା ବ୍ୟାଙ୍କ୍ ଆକାଉଣ୍ଟକୁ ଆସିଥିଲା। ତାହା ମଧ୍ୟ ଉ-ଠଇକି ଦେବା ପାଇଁ ସରପଞ୍ଚ ବାଧ୍ୟ କଲେ। ୨୦୨୪ ସେପ୍ଟେମ୍ବର ୨୦ରେ ୬୫ ହଜାର ଟଙ୍କା ଉଠେଇ ସରପଞ୍ଚ ନେଇଯାଇଛନ୍ତି। ଏଭଳି ଦୁଇ ଥରରେ ମୋଟ ୧ ଲକ୍ଷ ୫ ହଜାର ଟଙ୍କା ସରପଞ୍ଚ ନେଇଥିବା ଜୟନ୍ତୀ ଥାନାରେ ଅଭିଯୋଗ କରିଛନ୍ତି। ଏହାପରେ ଜୟନ୍ତୀ ଜାଣିବାକୁ ପାଇଲେ ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ତାଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ପାଇଁ ୨୦୨୩ ଜୁନ ୧୯ରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ କାର୍ଯ୍ୟାଦେଶ ମିଳିଥିଲା। ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ଓ ଦ୍ବିତୀୟ କିସ୍ତିରେ ୬୫ ହଜାର ଟଙ୍କା ଆସିଥିଲା। କିନ୍ତୁ ସରପଞ୍ଚ ତାଙ୍କୁ ଏବିଷୟ ନକହି ଟଙ୍କା ନେଇଯାଇଥିବା ଜୟନ୍ତୀ ଥାନାରେ ଅଭିଯୋଗ କରିଛନ୍ତି। ଏଥିସହ ତୁରନ୍ତ ଆବାସ ଯୋଜନା ପାଇଁ ଆସିଥିବା ଟଙ୍କା ତାଙ୍କୁ ଫେରସ୍ତ କରିବାକୁ ଦାବି କରିଛନ୍ତି। ଗତ ନଭେମ୍ବର ୨୮ରେ ଜୟନ୍ତୀ ଆର.ଉଦୟଗିରି ଥାନାରେ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଥାନାରେ ମାମଲା ରୁଜୁ କରି ତଦନ୍ତ ଚାଲିଥିଲା। ତଦନ୍ତ ଆଧାରରେ ଉଭୟ ସରପଞ୍ଚ ଓ ତାଙ୍କ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧୁକାରୀ କହିଛନ୍ତି ।