ଗଜପତିରେ ଇଭିଏମ୍ ଏବଂ ଭିଭିପ୍ୟାଟ ପ୍ରଦର୍ଶନ ସଚେତନାର ରଥ ଶୁଭାରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଚଳିତ ବର୍ଷ ଅନୁଷ୍ଠିତ ନିର୍ବାଚନ ନିମନ୍ତେ ବ୍ୟବହୃତ ହେବାକୁ ଥିବା ଇଭିଏମ୍ ଓ ଭିଭିପ୍ୟାଟ ର ବ୍ୟବହାର କରି କିଭଳି ଭୋଟଦାତା ଗଣ ନିଜର ମତ ସାବ୍ଯସ୍ତ କରିବେ ସେ ସମ୍ପର୍କରେ ଏକ ସଚେତନତା ରଥ ସମଗ୍ର ଜିଲ୍ଲାରେ ସଚେତନତା କରିବ। ଏଥି ନିମନ୍ତେ ଆଜି ଗଜପତି ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ତିନି ଗୋଟି ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରଥ ଜାନୁୟାରୀ ୧୬ ତାରିଖ ଠାରୁ ପେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକ୍, କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପାରଳାଖେମୁଣ୍ଡି ପୌରାଞ୍ଚଳରେ ସଚେତନତା ରଥ ଭୋଟଦାତା ମାନଙ୍କୁ ସଚେତନ କରାଇବାର କାର୍ଯ୍ୟକ୍ରମ ରହିଅଛି । ଏହି ସଚେତନତା ରଥ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ବ୍ଲକ୍ ଓ ପଞ୍ଚାୟତ କାର୍ଯ୍ୟାଳୟରେ ଠାରେ ଭୋଟଦାତା ଗଣ ଭୋଟ ଦେବାର ପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇ ପାରିବେ ।ଏହା ସଙ୍ଗେ ସଙ୍ଗେ ଭୋଟଦାତା ଗଣ ଉକ୍ତ ଇଭିଏମ୍ ଦ୍ବାରା କିଭଳି ଭୋଟ ଦେବେ ତାହା ନିଜେ ଉକ୍ତ ସ୍ଥାନରେ ଭୋଟ ଦେଇ ଭୋଟ ଦେବାର ପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇ ପାରିବେ । ନୂତନ ତଥା ଯୁବ ଭୋଟ ଦାତାଗଣ ଏହି ଭୋଟଦାନ ପ୍ରକ୍ରିୟା ସମ୍ପର୍କରେ ଜାଣି ସଚେତନ ହୋଇପାରିବେ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ନିର୍ବାଚନ ଡେପୁଟି ଜିଲ୍ଲାପାଳ କମଳକାନ୍ତ ପଣ୍ଡା, ସୁଶ୍ରୀ ତୃପ୍ତିମୟୀ ଜେନା, ପାରଳାଖେମୁଣ୍ଡି ପୌରପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ବନମାଳୀ ଶତପଥୀ,ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ