ଗଜପତିରେ ଋଣ ମେଳା ଋଣ ପ୍ରଦାନ ପାଇଁ ଧାର୍ଯ୍ୟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ଆର୍‌ସେଟି (ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ) ଠାରେ ଗତକାଲି ସନ୍ଧ୍ୟା ୭.୩୦ ସମୟରେ ଋଣ ପ୍ରଦାନ ମେଳା ଅନୁଷ୍ଠିତ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପରିଚାଳକ କିଶୋରଚନ୍ଦ୍ର ନାଇକ, ଆର୍‌ସେଟିର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା ପ୍ରମୁଖ ଯୋଗ ଦେଇ ଆସନ୍ତା ୮ତାରିଖ ତଥା ଶୁକ୍ରବାର ଦିନ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଏକ ଋଣ ମେଳା ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରିଛନ୍ତି । ଏତଦ୍ ବ୍ୟତୀତ ଆସନ୍ତା ୨୨ ତାରିଖରେ ମଧ୍ୟ ଏହି ଋଣ ମେଳା ଅନୁଷ୍ଠିତ ହେବ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ଏପରି ଭାବେ ଚଳିତ ମାସ ଦୁଇଟି ପର୍ଯ୍ୟାୟରେ ଯଥା ୮ ଓ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଜିଲ୍ଲାରେ ଆବେଦନ କରିଥିବା ବିଭିନ୍ନ ଋଣ ଯଥା କୃଷି, ପିଏମ୍ କିଷାନ ଓ ଅନ୍ୟାନ୍ୟ କୃଷି ଉତ୍ପାଦିତ ମେସିନ, ଏମ୍‌ଏସ୍‌ଏମ୍‌ଇ, ସାମାଜିକ ସୁରକ୍ଷା ଯୋଜନା ଆଦି ଭଳି ବିଭିନ୍ନ ଋଣ ପ୍ରଦାନ କରାଯିବ । ବର୍ତ୍ତମାନ ସୁଦ୍ଧା ୩୩୮ ଗୋଟି ଆବେଦନପତ୍ର ତଥା ଦରଖାସ୍ତ ଆସିଛି । ଏହା ସବୁ ମଞ୍ଚୁର ହୋଇ ଏହି ଦିନମାନଙ୍କରେ ୮କୋଟି ୬୧ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯିବ । ଏଥିଲାଗି ବିଜୁ କଲ୍ୟାଣ ମଣ୍ଡପ ପରିସରରେ ୨୦ଗୋଟି ଷ୍ଟଲ ନିର୍ମାଣ କରାଯାଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବାର ସୂଚନା ପ୍ରଦାନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ସ୍ଥିତ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାର ପ୍ରବନ୍ଧକ ସମୀର ରଞ୍ଜନ ଅଧିକାରୀ, ଓ ଶାଖା ପରିଚାଳକ ଡିଡି ମାଝୀ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ