ଗଜପତିରେ ଏନ୍‌ୱାଇକେର ଅନ୍‌ଲାନ୍ ସମୀକ୍ଷା ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ନେହେରୁ ଯୁବ କେନ୍ଦ୍ରର କାର୍ଯ୍ୟକ୍ରମକୁ ଆଜି ଅନ୍‌ଲାଇନ୍ ଭିଡିଓ କନ୍‌ଫେରେନ୍ସ ଦ୍ୱାରା ସମୀକ୍ଷା କରାଯାଇଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକା ଡାକ୍ତର ପ୍ରଦୀପ କୁମାର ପାତ୍ର, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ମିନତୀ ଦେଇ, ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ର, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ, ଡିଆଇସି ମୋହନ ଶବର, ଲିଡ୍ ବ୍ୟାଙ୍କ ମ୍ୟାନେଜର୍ କିଶୋର ଚନ୍ଦ୍ର ନାୟକ, ଫିଲ୍ଡ ପବ୍ଲିସିଟି ଅଫିସର ମନମୋହନ ପାଢୀ, ବିନୋଦିନି ବିଜ୍ଞାନ ମହାବିଦ୍ୟାଳୟ ଏନ୍‌ଏନ୍‌ଏସ୍‌ର ସୀତାରାମ ପ୍ରଧାନ, ରେଡକ୍ରସ ସେକ୍ରେଟାରୀ ସରୋଜ କୁମାର ବେହେରା, ଏସ୍‌କେସିଜି ମହାବିଦ୍ୟାଳୟର ଅଧ୍ୟକ୍ଷ ଭଜମନ ବେହେରା, ପଲିଟେକ୍‌ନିକ୍ କଲେଜର ଗଦାଧର ମହାରଣା, ଏମ୍‌ଆର୍‌ବି ବିଦ୍ୟାଳୟର ମିନାକ୍ଷୀ ପାଢି, ଏମ୍‌ଆର୍‌ଜି ବିଦ୍ୟାଳୟର ବି.ଉଷା, ମହିଳା ମହାବିଦ୍ୟାଳୟର ଏନ୍‌ସିସି ପ୍ରଶିକ୍ଷିକା ଅନୀତା କୁମାରୀ ପାଢୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ର ନେହେରୁ ଯୁବ କେନ୍ଦ୍ର ଦ୍ୱାରା ୨୦୨୧-୨୨ ଆର୍ଥିକ ବର୍ଷରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହେବାକୁ ଥିବା କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ଅଞ୍ଚଳରେ ବୃକ୍ଷରୋପଣ କାଯ ର୍୍ୟକ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଏନ୍‌ବ ୱାଇକେର ପ୍ରଶିକ୍ଷିକା ମୋହିନୀ ପ୍ରଧାନ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ