ଗଜପତିରେ ଏବେ ଡେଙ୍ଗୁ ଆତଙ୍କ

ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) – ଗଜପତି ଜିଲ୍ଲାରେ ବର୍ତ୍ତମାନ ଡେଙ୍ଗୁ ଆତଙ୍କ ଦେଖାଦେଇଛି । ସମଗ୍ର ଜିଲ୍ଲାର ମୋହନା, ଗୁମ୍ମା, ନୁଆଗଡ, ଗୋଷାଣୀ, କାଶୀନଗର, ଉଦୟଗିରି, ରାୟଗଡ ବ୍ଲକ ସମେତ ପାରଳାଖେମୁଣ୍ଡି ସହରରେ ବର୍ଷା ଜଳ ନିଷ୍କାସନ ନହୋଇ ବିଭିନ୍ନ ରାସ୍ତା କଡରେ, ତଳି ଅଞ୍ଚଳ ଓ ଖାଲଖମାରେ ପାଣି ଜମି ରହି ପରିବେଶ ପ୍ରଦୂଷିତ ହୋଇଛି । ଏହି ସମୟରେ ବହୁ ସଂଖ୍ୟକ ଲୋକେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହେଉଥିବା ଖବର ବିଭିନ୍ନ ମହଲରେ ଆତଙ୍କ ସୃଷ୍ଟି କରିଛି । ଦିନକୁ ଦିନ ବୃଦ୍ଧି ପାଉଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ମାତ୍ର କିଛି ଦିନ ମଧ୍ୟରେ ଜିଲ୍ଲାରେ ଚିହ୍ନଟ ହେଲେଣି ଅନେକ ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ କେତେଜଣ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଚିହ୍ନଟ ହୋଇଥିବା ବେଲେ ଅନ୍ୟ କେତେକ ଆକ୍ରାନ୍ତ ବ୍ରହ୍ମପୁର ବଡ ମେଡିକାଲ ସହ ଆନ୍ଧ୍ର ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ବିଶେଷ କରି ସହରାଞ୍ଚଳରେ ଏହାର ସଂଖ୍ୟା ଅଧିକ ଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ବର୍ଷା ଜଳ ଓ ଅଳିଆ ଆବର୍ଜନା ଜମା ରହି ପୁତିଗନ୍ଧମୟ ପରିବେଶକୁ ଦେଖି ଆତଙ୍କିତ ହେଉଥିବା କହିଛନ୍ତି ପାରଳାବାସୀ । ଜିଲ୍ଲାରେ ବହୁ ରୋଗୀ ଚିହ୍ନଟ ହୋଇଥିଲେ ସୁଦ୍ଧା ଏଯାଏଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇ ନାହିଁ । ପୂର୍ବରୁ ଡେଙ୍ଗୁ ଲକ୍ଷଣ ଦେଖାଯିବା ମାତ୍ରେ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇ ନାହିଁ । ପୂର୍ବରୁ ଡେଙ୍ଗୁ ଲକ୍ଷଣ ଦେଖାଯିବା ମାତ୍ରେ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଉଥିଲା କିନ୍ତୁ ବର୍ତ୍ତମାନ ସୁଦ୍ଧା ବିଭାଗ ଚୁପ୍ ବସିଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦେଖା ଦେଇଛି । କିନ୍ତୁ କୌଣସି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ଦେଖାଦେଇ ନଥିବାରୁ ଆତଙ୍କିତର କାରଣ ନାହିଁ । ଏନେଇ ତଳସ୍ତରରୁ ଜନ ସଚେତନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗ ସଜାକ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଗଜପତି ଜିଲ୍ଲାରେ ମାତ୍ର ୨୯ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ପ୍ରାୟତଃ ସମସ୍ତେ ସୁସ୍ଥ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ