ଗଜପତିରେ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି କଂଗ୍ରେସ ଜିଲ୍ଲା କାର୍ଯ୍ୟାଳୟ ଠାରେ ଆଜି କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୋହନା ବିଧାୟକ ତଥା ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଦାଶରଥୀ ଗମାଙ୍ଗ ମୂଖ୍ୟଅତିଥି ଭାବେ ଯୋଗଦେଇ ୧୩୬ତମ ପ୍ରତିଷ୍ଠା ଦିବସ ପାଳନର ଆଭିମୁଖ୍ୟ ଉପରେ ଆଲୋକପାତ କରି ସ୍ୱର୍ଗତ ଇନ୍ଦିରାଜୀ ଓ ରାଜୀବଜୀ ସ୍ମୃତିଚାରଣ କରିବା ସହ ଦେଶବାସୀଙ୍କ ପାଇଁ ସେମାନଙ୍କ ଜୀବନକୁ ବଳିଦାନ ଦେଇଥିଲେ । ସେମାନଙ୍କ ତ୍ୟାଗ ଓ ଆଦର୍ଶରେ ପ୍ରତ୍ୟେକ ନେତା ଓ କର୍ମୀ ଅନୁପ୍ରାଣିତ ହୋଇ ଲୋକଙ୍କ ସେବା କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ପାରଳା ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ୧୩୬ତମ ପ୍ରତିଷ୍ଠା ଦିବସ ସମାବେଶରେ ଗଜପତି ଜିଲ୍ଲା କଂଗ୍ରେସ ଯୁବ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ବରିଷ୍ଠ ନେତା ଗୋବିନ୍ଦ ପାଢୀ,ଶଙ୍କର ପ୍ରଧାନୀ ପ୍ରମୁଖଙ୍କ ସହ ଜିଲ୍ଲାର ବହୁ ନେତା ଓ କର୍ମୀ ଏଥିରେ ଯୋଗଦେଇ ଥିଲେ । ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ପରେ ଗଜପତି ଜିଲ୍ଲାର ବରେଣ୍ୟ କଂଗ୍ରେସ ନେତା ସ୍ୱର୍ଗତ ତ୍ରିନାଥ ସାହୁଙ୍କ ସମେତ ଜବାହାରଲାଲ ନେହୁରୁ,ଇନ୍ଦୀରା ଗାନ୍ଧୀ,ରାଜୀବ ଗାନ୍ଧୀ ପ୍ରମୁଖଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।