ଗଜପତିରେ କରୋନା ସଂକ୍ରମଣ ;ଆଜି ପୁଣି ୧୮ଜଣ ପଜିଟିଭ୍ ଚିହ୍ନଟ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ , ଆଜି ୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୮ଜଣକୁ ମିଶାଇ ସଂଖ୍ୟା ୩୫୫୨ରେ ପହଞ୍ଚିଛି ।ଏମାନଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ୧୮ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୨ଜଣ, ଗୋଷାଣୀ ବ୍ଲକରୁ ୬ଜଣ, କାଶୀନଗର ବ୍ଲକରୁ ୨ଜଣ, ମୋହନା ବ୍ଲକରୁ ୫ଜଣ ଏବଂ ଆର୍‌.ଉଦୟଗିରିି ବ୍ଲକରୁ ୩ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଏଥ ôନେଇ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନୁପମ ସାହା ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ