ଗଜପତିରେ କରୋନା ସଂକ୍ରମଣ ;ଆଜି ୯ଜଣ ପଜିଟିଭ୍ ଚିହ୍ନଟ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ ଗତ କିଛି ଦିନ ଧରି କମିବାରେ ଲାଗିଛି ହେଲେ ଆଜି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୫ଜଣକୁ ମିଶାଇ ମୋହନାରେ ୩ଜଣ ଏବଂ ରାୟଗଡ ବ୍ଲକରେ ଜଣେ ରୋଗୀଙ୍କ ସମେତ ଆଜି ମୋଟ ୯ଜଣ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ସଂଖ୍ୟା ୩୮୮୪ରେ ପହଞ୍ଚିଛି ।ଏମାନଙ୍କୁ କୋଭିଡ୍ ଡାକ୍ତରଖାନା ଓ ଘରୋଇ ଏକାନ୍ତବାସରେ ରହିଥିବାର ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନୁପମ ସାହା ଏହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସୁଚନା ଦେଇଛନ୍ତି ।