ଗଜପତିରେ କରୋନା ସଂକ୍ରମଣ ;ଆଜି ୧୮ଜଣ ପଜିଟିଭ୍

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ । ଆଜି ୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୮ଜଣକୁ ମିଶାଇ ସଂଖ୍ୟା ୨୯୨୮ରେ ପହଞ୍ଚିଛି ।ଏମାନଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ୧୮ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୨ଜଣ, କାଶୀନଗର ବ୍ଲକରୁ ଜଣେ,ଗୋଷାଣୀ ବ୍ଲକରୁ ଜଣେ,ମୋହନା ବ୍ଲକରୁ ୮ଜଣ,ନୁଆଗଡ ବ୍ଲକରୁ ୪ଜଣ,ଜିଲ୍ଲାବାହାରୁ ୨ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ ପୁର୍ବସଂକ୍ରମିତଙ୍କ ସଂସ୍ପର୍ଷରେ ଜଣେ,ସ୍ୱାସ୍ଥ୍ୟ କର୍ମୀଙ୍କ ଯାଞ୍ଚବେଳେ ୧୫ଜଣ,ଜିଲ୍ଲାବାହାରୁ ୨ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନୁପମ ସାହା ଏହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ