ଗଜପତିରେ କରୋନା ସଂକ୍ରମଣ ଥମିଲା, କିନ୍ତୁ ଆଜି ୭ଜଣ ପଜିଟିଭ୍ ଚିହ୍ନଟ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତିରେ କରୋନା ସଂକ୍ରମଣ ଦିନକୁ ନିୟନ୍ତ୍ରଣାଧିନ ଅବସ୍ଥାକୁ ଆସୁଥିବାର ଲକ୍ଷ୍ୟ କରାଯାଇଛି । ଆଜି ମାତ୍ର ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୭ ଜଣକୁ ମିଶାଇ ସଂଖ୍ୟା ୩୬୪୭ ରେ ପହଞ୍ଚିଛି ।ଏମାନଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ୭ ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୨ଜଣ, ଗୁମ୍ମା ବ୍ଲକରେ ୨ଜଣ, ମୋହନା ବ୍ଲକରୁ ୨ଜଣ ଏବଂ ନୂଆଗଡ ବ୍ଲକରୁୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାକୁ ନେଇ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନୁପମ ସାହା ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ