ଗଜପତିରେ କାଳ ବୈଶାଖୀ ତାଣ୍ଡବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବରେ ବଡ଼ବଡ଼ ଗଛ ଓ ଇଲେକ୍ଟ୍ରି ଖୁଣ୍ଟ ପଡି ରାସ୍ତା ଅବରୋଧ ହେବା ସହ ବାସ ଗୃହ ନଷ୍ଟ ହୋଇଥିବାର ଜଣାପଡିଛି । କାଶୀନଗର ବ୍ଲକର ରାଣୀପେଣ୍ଟ ଗ୍ରାମ ନିକଟରେ ରାସ୍ତାକଡ଼ରେ ଥିବା ଏକ ବଡ଼ ଗଛ ପଡିଯିବା ସହ ପବନର ପ୍ରଭାବରେ ଇଲେକ୍ଟ୍ରିଖୁଣ୍ଟ ଭାଙ୍ଗି ରାସ୍ତାଉପରେ ପଡିଥିବା ଦେଖିବାକୁ ମିଳିଛି । ରାୟଗଡ ବ୍ଲକରେ ବଜ୍ରାଘାତରେ ଜଣକର ମୃତ୍ୟୁ ଘଟିଥିବାର ଜଣାପଡିଛି । ସେହିପରି ସିଦ୍ଧାମଡଙ୍ଗ ଗ୍ରାମରେ ମଧ୍ୟ ଏକ ଗଛ ପଡି ବାସଗୃହ ଭାଙ୍ଗିଯାଇଥିବାର ଜଣାପଡିଛି । ଯାହା ଫଳରେ କାଶୀନାଗର ଓ ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତା ଆବରୋଧ ହୋଇଛି । ସ୍ଥାନୀୟ ଗ୍ରାମବାସୀ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମିଳିତ ଭାବେ ରାସ୍ତାରୁ ଗଛଗୁଡିକୁ ବାହାର କରୁଛନ୍ତି । ସେହିଭଳି ନୂଆଗଡ଼ ବ୍ଲକର ଖଜୁରୀପଦାରେ ଗ୍ରାମ ନିକଟରେ ରାସ୍ତକଡ଼ର ଗଛ ପଡି କିଛିସମୟ ପାଇଁ ରାସ୍ତା ଅବରୋଧ ହୋଇଥିଲା । ପରେ ଗ୍ରାମବାସୀ ମାନେ ରାସ୍ତା ଅବିରୋଧକୁ ହଟାଇଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ଅଞ୍ଚଳବାସୀ ମାନେ ଅବରୋଧ କରିଥିବା ଗଛ ଗୁଡିକୁ ହଟାଇବା ପାଇଁ ଚେଷ୍ଟା କରୁଛନ୍ତି । ସେହିପରି ବିଦ୍ୟୁତ ବିଭାଗ ଭାଙ୍ଗିଥିବା ପୋଲ ଓ ନଷ୍ଟ ହୋଇଥିବା ତାର ଗୁଡିକୁ ହଟାଇ ବିଦ୍ୟୁତ ସରାବହ ପାଇଁ ବ୍ୟବସ୍ଥା କରୁଥିବାର ଜଣାପଡିଛି । ଖବର ଲେଖିବା ସୁଦ୍ଧା ବିଦ୍ୟୁ ସରାବହ ହୋଇନାହିଁ । ଗତକାଲି ଅପରାହ୍ନ ସମୟରେ ପାଖାପାଖି ଏକ ଘଣ୍ଟା ଧରି କାଳବୈଶାଖୀ ପ୍ରଭାବରେ ପ୍ରବଳ ଜୋରରେ ପବନ ସାଙ୍ଗକୁ ବର୍ଷା ହୋଇଥିଲା । ରାୟଗଡ଼ ଥାନା ଅଧିନ ସାନତୁଣ୍ଡି ଗ୍ରାମର ଜଣେ ଯୁବକଙ୍କ ବ୍ରଜଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି l ମୃତ ବ୍ଯକ୍ତି ଜଣଙ୍କ ହେଲେ ଜୁରୀଆ ଭୂୟାଁ (୩୦) l ପ୍ରକାଶ ଯେ, ଗତକାଲି ବର୍ଷା ସହ ପବନ ବୋହିଥିଲା l ଠିକ ସେତିକି ବେଳେ ସାନତୁଣ୍ଡି ଗ୍ରାମର ଗୌରହରି ଭୂୟାଁ ଙ୍କ ବଡ଼ପୁଅ ଜୁରିଆ l ସେ ପବନ ହେବାରୁ ନିଜ ଆମ୍ବ ତୋଟା କୁ ଆମ୍ବ ଗୋଟାଇବା ପାଇଁ ଯାଇଥିବା ବେଳେ ସେଠାରେ ବ୍ରଜଘାତରେ ଗୁରୁତ୍ୱର ହୋଇଥିଲେ l ତାଙ୍କୁ ଗ୍ରାମବାସୀ ଉଦ୍ଧାର କରି ରାୟଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଚଳାଇଥିବା ଜଣାପଡ଼ଛି l ଉକ୍ତ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l


