ଗଜପତିରେ କୁକୁଡା ଚାଷ ତାଲିମ ଶିବିର ଉଦ୍‌ଘାଟିତ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁନିୟନ ବ୍ୟାଙ୍କ ଗ୍ରମୀଣ ଆତ୍ମନିଯୁକ୍ତି ପ୍ରଶୀକ୍ଷଣ ଅନୁଷ୍ଠାନରେ କୁକୁଡା ଚାଷ ନିମନ୍ତେ ଏକ ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୧୦ ଦିନ ଧରି ଚାଲୁ ରହିବ ଏବଂ ଏଥିରେ ଜିଲ୍ଲାର ନୂଆଗଡ, ଗୋଷାଣୀ, କାଶୀନଗର, ଆର୍‌.ଉଦୟଗିରି ଏବଂ ମୋହନା ବ୍ଲକର ଚାଷୀମାନେ ତାଲିମ ନିମନ୍ତେ ଯୋଗଦେଇଛନ୍ତି । ଏହି ଉଦ୍‌ଘାଟନୀ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା ସଭାପତିତ୍ୱ କରିଥିବାବେଳେ ଏଲ୍‌ଡିଏମ୍ କେ.ସି. ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅତିରିକ୍ତ ପ୍ରାଣୀଧନ ଚିକିତ୍ସକ ଅରବିନ୍ଦ ବେହେରା ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ପ୍ରଧ୍ୟାପକ ଦିଲ୍ଲୀପ କୁମାର ତନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ