ଗଜପତିରେ କୋଭିଡ-୧୯ର ପ୍ରଥମ ଧାଡିର ଦୁଇ ଯୋଦ୍ଧାଙ୍କୁ ସମ୍ମାନୀତ  

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ-୧୯ ଯୁଦ୍ଧରେ ପ୍ରଥମ ୨ ଧାଡିର ଯୋଦ୍ଧା ଜିଲ୍ଲାପାଳ ଅନୁପମ ସାହା ଏବଂ ଏସପି ସାରା ଶର୍ମାଙ୍କୁ ପାରଳାବାସୀଙ୍କ ପକ୍ଷରୁ ସମ୍ମାନୀତ କରାଯାଇଛି । ଜିଲ୍ଲାପାଳ ଶ୍ରୀ ସାହା ତାଙ୍କର କର୍ତ୍ତବ୍ୟନିଷ୍ଠ କାର୍ଯ୍ୟ ଯୋଗୁଁ ଆଜି ପର୍ଯ୍ୟନ୍ତ ଗଜପତି ଜିଲ୍ଲା ଗ୍ରୀନ ଜୋନ୍‌ରେ ରହିଅଛି । ସେହିପରି ଏସପି ସରକାରଙ୍କ ପ୍ରତ୍ୟେକ ନିର୍ଦ୍ଦେଶ ଗୁଡିକୁ ସୁଚାରୁ ରୁପେ ପାଳନ କରିବା ସହ ଗଣମାଧ୍ୟମ ଦ୍ୱାରା ଲୋକମାନଙ୍କୁ ସଚେତନ କରୁଛନ୍ତି । ସେହିପରି ପୋଲିସ ପକ୍ଷରୁ ଲୋକମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ମଧ୍ୟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନିଆଯାଉଛି । ତେଣୁ ଏହି ୨ ଆଗଧାଡିର ଯୋଦ୍ଧାଙ୍କୁ ପାରଳାବାସୀଙ୍କ ପକ୍ଷରୁ ସମ୍ମାନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପାରଳାବାସୀଙ୍କ ପକ୍ଷରୁ ମୀନାକ୍ଷୀ ସାହୁ,ତନୁଜା ଶତପଥୀ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ