ଗଜପତିରେ କୋରନା ଟିକାର ଡ୍ରାୟରନରେ ୨୫ଜଣଙ୍କୁ ଟିକା କରଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ କୋରନା ଟିକାର ଡ୍ରାୟରନ ବା ମଗ୍‌ଡ୍ରିଲ୍ ଆରମ୍ଭ ହୋଇଯାଇଛି । ଆଜି ପ୍ରଥମ କରି ଏଥିରେ ୨୫ ଜଣକୁ ଟିକା କରଣ କରାଯାଇଛି । ସାରା ବିଶ୍ୱରେ କୋରନା ମହାମାରୀର ଅନ୍ତ ହେବାକୁ ଯାଉଛି । ଆଜି ସ୍ଥାନୀୟ ମୁଖ୍ୟ ଡାକ୍ତରଖାନା ପରିସରରେ ପ୍ରଶାସନ ତରଫରୁ ଉପ-ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ସିଡିଏମଓ ପ୍ରଦୀପ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଥମ କରି ୨୫ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଆଜି ଟିକା ପ୍ରଦାନ କରା ଯାଇଛି । ଏଥିରେ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ୩୦ଜଣ କର୍ମଚାରୀ ଓ ଅଧିକାରୀ ନିୟୋଜିତ ଅଛନ୍ତି । ପାଶ୍ୱର୍ ପ୍ରତିକ୍ରିୟା ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ