ଗଜପତିରେ କୋରନା ପଜିଟିଭ ୭୨

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :କୋରନାର ପ୍ରଥମ ଓ ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହରର ଆଶଙ୍କା ଦେଖାଦେଇଛି । କିଛି ଦିନ ବ୍ୟବଧାନ ପରେ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇଛି । ଯାହା ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି । ପ୍ରତିଦିନ ସଂକ୍ରମଣ ସଂଖ୍ୟା ଚିହ୍ନଟ ହେଉଛି। ଆଜି ଗୋଟିଏ ଦିନରେ ୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହାର ସଂଖ୍ୟା ୭୯୭୧ ରେ ପହଞ୍ଚିଛି। ‌ସେଭଳି ଗୁରୁତର ସ୍ଥିତି ଦେଖା ଯାଇନଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମସ୍ତ ଆକ୍ରାନ୍ତଙ୍କୁ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ଏଭଳି ସମୟରେ ଟୀକାକରଣକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ସରକାର, ଅନ୍ୟ ପଟେ ଓମକ୍ରୀନ ଭାରିଏଣ୍ଟ ଭୟ ମଧ୍ୟ ଘାରିଲାଣ । ପୁର୍ବରୁ ପ୍ରଥମେ ବୟସ୍କ ଓ ତାପରେ ୧୮ ବର୍ଷରୁ ଉର୍ଧ ଯୁବକ ଯୁବତୀ ମାନଙ୍କୁ ଟିକାଦାନ ପ୍ରକିୟା ଜାରି ରହିଛି । ଦୀର୍ଘ ଦିନର ଅପେକ୍ଷା ପରେ ଏବେ ରାଜ୍ୟରେ ୧୫ ବର୍ଷରୁ ଉର୍ଧ କିଶୋର କିଶୋରୀ ବୟୋଜ୍ୟେଷ୍ଠ ମାନଙ୍କୁ ବୁଷ୍ଟର ଡୋଜ ଦେବା ଆରମ୍ଭ ହୋଇଛି । କହିବାକୁ ଗଲେ ସମସ୍ତ ବର୍ଗର ଲୋକ ମାନଙ୍କୁ ଟିକାଦାନ ପ୍ରକିୟାରେ ସାମିଲ କରିଛନ୍ତି ସରକାର । ସେପଟେ ଗଜପତି ଜିଲ୍ଲା ରେ ଦୁର୍ଗମ ଅଞ୍ଚଳରେ ଟିକାକରଣ ହାର ଅନ୍ୟ ଜିଲ୍ଲା ଅପେକ୍ଷା କମ ରହିଛି ତାର କାରଣ ହେଉଛି ମୁଖ୍ୟତଃ ଅନ୍ଧ ବିଶ୍ୱାସ ସାଙ୍ଗକୁ ସଚେତନତା ଅଭାବ । ବିଶେଷ କରି ଦୁର୍ଗମ ଅଞ୍ଚଳର ଆଦିବାସୀମାନେ ଏବେବି କେତେକାଂଶ ରେ ଟିକା କୁ ଗ୍ରହଣ କରୁନାହାନ୍ତି, ଯାହା ପ୍ରଶାସନ ତଥା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ବଡ ଚାଲେଞ୍ଜ କାରଣ ମହାମାରୀ ବିରୋଧରେ ଲଢେ଼ଇ ପାଇଁ ଟିକା ଗ୍ରହଣ କରିବା ନିତାନ୍ତ ଆବଶ୍ୟକ ଯାହା ବିଶେଷଜ୍ଞ ପୁର୍ବରୁ ସ୍ୱଷ୍ଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ