ଗଜପତିରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ପାସ ହାର ୯୦.୩୨ପ୍ରତିଶତ : ଜିଲ୍ଲା ଏ-୧ ଗ୍ରେଡରେ ମାତ୍ର ୭ଜଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ପାସ ହାର ୯୦.୩୨ ପ୍ରତିଶତ ରହିଥିବାର ଜଣାପଡିଛି । ଜିଲ୍ଲାରେ ପାସ ହାରକୁ ଦେଖିଲେ ସନ୍ତୁଷ୍ଟି ଥିବାବେଳେ ଏ-୧ଗ୍ରେଡରେ ମାତ୍ର ୭ଜଣ ପାସ ହୋଇଥିବାର ଜଣାପଡିଛି । ଜିଲ୍ଲାରେ ମୋଟ ୧୫୭ ବିଦ୍ୟାଳୟର ମୋଟ ୭ହଜାର ୪୮ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୭ହଜାର ୧ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ଭାବେ ଜିଲ୍ଲାରେ ଏ-୧ ଗ୍ରେଡରେ ମାତ୍ର ୭ଜଣ, ଏ-୨ ଗ୍ରେଡ୍ରେ ୪୨୩ଜଣ, ବି-୧ ଗ୍ରେଡ୍ରେ ୨୫୭୭ଜଣ, ବି-୨ ଗ୍ରେଡ୍ରେ ୨୬୩୫ଜଣ, ସି ଗ୍ରେଡ୍ରେ ୧୦୩୩ଜଣ, ଡି ଗ୍ରେଡ୍ରେ ୨୬୯, ଇ- ଗ୍ରେଡ୍ରେ ୫୭ କୃତ କାର୍ଯ୍ୟ ହୋଇଥିବାବେଳେ ୪୭ଜଣ ଫେଲ ହୋଇଛନ୍ତି । ଜିଲ୍ଲାରେ ୭୦୦୧ଜଣ ପାସ୍ଙ୍କ ମଧ୍ୟରୁ ୩୫୧୨ ଛାତ୍ର ହୋଇଥିବା ବେଳେ ୩୪୮୯ ଛାତ୍ରୀ ଅଟନ୍ତି ।


