ଗଜପତିରେ ଜହ୍ନି ଓଷା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦପଣ୍ଡା) – ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ କାଶୀନଗର ଓ ଗୋଷାଣୀ ବ୍ଲକର ବିଭିନ୍ନ ଗ୍ରାମରେ ଜହ୍ନିଓଷା ବ୍ରତ ଆରମ୍ଭ ହୋଇଯାଇଛି । ଆଶ୍ୱିନମାସ ଆରମ୍ଭରୁ କୁମାରୀମାନେ ତୁଳସି ଚଉଁରା ନିକଟରେ ଏକ ମାସ ପର୍ଯ୍ୟନ୍ତ ଏହି ଜହ୍ନିଓଷା ବ୍ରତ ପାଳନ କରିଥାନ୍ତି । ଏହି ମାସ ସାରା କୁମାରୀମାନେ ଆମିଷ ଏବଂ ଜହ୍ନି ନଖାଇ ନିଷ୍ଠାର ସହ ପୂଜାବିଧି ଅନୁସାରେ ପାଳନ କରିଥାନ୍ତି । ସନ୍ଧ୍ୟା ସମୟରେ କୁମାରୀମାନେ ଏକତ୍ରିତ ହୋଇ ଚଉଁରା ମୂଳେ ବସି ଜହ୍ନି ଓଷା ଗୀତ ଗାଇ ଏହି ବ୍ରତ କରିଥାନ୍ତି । ପୂର୍ଣ୍ଣିମା ଦିନ କୁମାରୀମାନେ ବିଭିନ୍ନ ରଙ୍ଗବେରଙ୍ଗ ପୋଷାକ ପିନ୍ଧି ସାଜସଜା ହୋଇ ଏହି ବ୍ରତ ଆରମ୍ଭ କରିଥାନ୍ତି । ପ୍ରତ୍ୟେକ ଘରେ ଘରେ ପିଠାପଣା କରାଯାଇ ଥାଏ । ସନ୍ଧ୍ୟା ସମୟରେ ଜହ୍ନ ଦେଖାଗଲେ ହଳଦି ପାଣି ଏବଂ ଖଇ ପକାଇ ବ୍ରତ ଆରମ୍ଭ କରନ୍ତି । କୁମାରୀମାନେ ଜହ୍ନିଓଷା ବ୍ରତକୁ ଖୁବ୍ ନିଷ୍ଠାର ସହ ଆରମ୍ଭ କରି ବ୍ରତକୁ ସମାପନ କରିଥାନ୍ତି । ପ୍ରସାଦ ସେବନ ପରେ କଉଡି, ଲୁଡୁ ଆଦି ଖେଳି ସମୟ ଅତିବାହିତ କରିଥାନ୍ତି । ପାରଳାଖେମୁଣ୍ଡି ସହର ସମେତ କାଶୀନଗର ଓ ଗୋଷାଣୀ ବ୍ଲକର ବିଭିନ୍ନ ଗ୍ରାମରେ ଜହ୍ନିଓଷା ବ୍ରତ ବର୍ତ୍ତମାନ ଅନେକ ସ୍ଥାନରେ କୁମାରୀମାନେ ପାଲନ କରୁଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ