ଗଜପତିରେ ଜିଲ୍ଲାରେ ୧୦ ଡେଙ୍ଗୁ ରୋଗୀ ଚିହ୍ନଟ, ସ୍ୱାସ୍ଥ୍ୟ ବିଭାଗ ତରଫରୁ ବ୍ୟାପକ ପଦକ୍ଷେପ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ୧୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଗ୍ରାମାଞ୍ଚଳ ସ୍ତରରେ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ଉପରେ ସଚେତନତା ଅଭିଯାନକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ କରାଯିବା ସହ ନମୁନା ସଂଗ୍ରହ ଓ ପଥପ୍ରାନ୍ତ ଦାସକାଠିଆ ନାଚ ସହ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଏମ.ଏମ ଅଲ୍ଲୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ ଗଜପତିରେ ମୋଟ ୧୦ ଜଣ ଡେଙ୍ଗୁ ରୋଗୀ ଚି଼ହ୍ନଟ ହୋଇଛନ୍ତି. ଏଥିରୁ ଜଣେ ପଡୋଶୀ ରାୟଗଡା ଜିଲ୍ଲାର ହୋଇଥିବାବେଳେ ୯ ଜଣ ଗଜପତି ଜିଲ୍ଲାରେ ଚି଼ହ୍ନଟ ହୋଇଛନ୍ତି. ବର୍ଷା ମାସ ଦିନରେ ଅଧିକାଂଶ ସ୍ଥାନ ଓ ବିଭିନ୍ନ ପାତ୍ରରେ ନିୟମିତ ଭାବେ ପାଣି ଜମି ରହିବା ଫଳରେ ଏହା ମଶା’ଙ୍କ ବଂଶବୃଦ୍ଧି ହେବାରେ ସହାୟକ ହୋଇଥାଏ। । ଏହା ଫଳରେ ଲୋକ’ଙ୍କୁ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ରୋଗ ବ୍ୟାପିବା ସମ୍ବାବନା ରହିଥାଏ । ଅନ୍ୟପକ୍ଷରେ ଗଜପତି ଜିଲ୍ଲାର ଜିରାଙ୍ଗ , ଝାଲିଆସାହି , କାଇଁପୂର୍ , ଗଣ୍ଡାହାତି ଓ ଖଜୁରୀପଦା ପ୍ରଭୃତି ଗ୍ରାମରେ ଗତ ସପ୍ତାହ ମଧ୍ୟରେ ୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଏ ସବୁକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ନିରାକରଣ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏ ସବୁଠାରୁ ଦୂରେଇ ରହିବା ଓ ସାବଧାନତା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଭାରତ ସରକାର’ଙ୍କ ସମନ୍ୱିତ ସର୍ବେକ୍ଷଣ ଅଭିଯାନ ଅନ୍ତର୍ଗତ ଏମଡିଡି: କାର୍ଯ୍ୟକ୍ରମ’ରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ତରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅନ୍ତର୍ଗତ ଗ୍ରାମାଞ୍ଚଳରେ ଥିବା ଗୁରାଣ୍ଡି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷ’ରୁ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ସଚେତନତା ଅଭିଯାନ ସମେତ ଆରଡିକେ: ନମୁନା ସଂଗ୍ରହ କାର୍ଯ୍ୟକ୍ରମ କରାଯାଉଛି । ଏହି ପରିପ୍ରେକ୍ଷୀରେ ବାଘଶାଲା ଗ୍ରାମରେ ଥିବା ଉଚ୍ଚ ବିଦ୍ୟାଳୟରେ ପିଲାମାନଙ୍କ ସୁସ୍ଥତା ପାଇଁ ଯୋଗ ଶିବିର କରାଯାଇ ସେମାନଙ୍କ ରକ୍ତ ନମୂନା ଓ ଅନ୍ୟାନ୍ୟ ପରୀକ୍ଷା କରାଯିବା ସହ ପରେ ଗ୍ରାମରେ ସ୍କୁଲ ପିଲା , ଶିକ୍ଷକ ଶିକ୍ଷୟତ୍ରୀ , ଆଶା ଓ ଅଙ୍ଗନବାଡି କର୍ମୀ , ଗାଁ କଲ୍ୟାଣ ସମିତି ସଭ୍ୟାସଭ୍ୟ ଏବଂ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ନେଇ ଏକ ବିରାଟ ସଚେତନତା ଶୋଭାଯାତ୍ରା ରେ ବାହାରି ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ’ରୁ ରକ୍ଷା ପାଇବା ପାଇଁ ରହିଥିବା ଉପାୟ ଉପରେ ସଚେତନତା ବ୍ୟାନର ଧରି ପ୍ରଚାର କରି ସଚେତନ କରାଇଥିଲେ । ମୁଖ୍ୟତଃ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ରୋଗ ର କାରଣ , କଣ ପାଇଁ ହୋଇଥାଏ , ଏହା ହେଲେ କଣ ସବୁ ଲକ୍ଷଣ ଦେଖା ଦେଇଥାଏ ଏବଂ ଏହି ରୋଗର ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରକାର’ର ଲକ୍ଷଣ ଦେଖା ଦେଲେ କିଭଳି ପ୍ରତିକାର ବ୍ୟବସ୍ଥା କରିବେ ଏବଂ ତୁରନ୍ତ ଡାକ୍ତର’ଙ୍କ ପରାମର୍ଶ କ୍ରମେ ରକ୍ତ ପରୀକ୍ଷା କରାଇ ନେବା ସହ ଔଷଧ ଖାଇ କିଭଳି ରୋଗରୁ ଉପଶମ ଲାଭ କରିବେ , ସେ ଦିଗରେ ସଚେତନ କରାଇବା ସହ ସଚେତନତା ପତ୍ର ମଧ୍ୟ ବଣ୍ଟନ କରା ଯାଇଥିଲା । ଏହି ଅବସର’ରେ ସଚେତନତା ଅଭିଯାନ ବେଳେ ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ମୁଖ୍ୟ କାରଣ ହୋଇଥିବା ତଥା ଏଣେ ତେଣେ ପଡି ରହିଥିବା କଟା ପଇଡ ସହ ଅନ୍ୟାନ୍ୟ ଭଙ୍ଗା ପାତ୍ର ଯେଉଁଠି’କି ଦୀର୍ଘ ଦିନଧରି ପାଣି ଜମି ରହି ମଶା’ର ବଂଶବୃଦ୍ଧି ପାଇଁ ପଥ ସୁଗମ ହୋଇଥାଏ , ସେ ସବୁକୁ ଓଲଟାଇ ନଷ୍ଟ କରିବା ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ସ୍ୱାସ୍ଥ୍ୟ ଦଳ ଗ୍ରାମରେ ସମନ୍ଵିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଅବସରରେ ଘରକୁ ଘର ଯାଇ ପରିବାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିବା ସହ ବଟିକା ଓ ଓଆରଏସ: ପେକେଟ ଦେଇ ଆବଶ୍ୟକ ସ୍ଥଳେ କିଭଳି ତାହା ସେବନ କରିବାକୁ ହେବ କହି ସଚେତନତା ପ୍ରଚାର୍ ପତ୍ର ବଣ୍ଟନ କରିଥିଲେ । ଗ୍ରାମରେ ପଡ଼ି ରହିଥିବା ଅପରିଷ୍କାର ଓ ଓଦାଲିଆ ସ୍ଥାନ , ପୋଚ ନାଳ , ପରିତ୍ୟକ୍ତ ସ୍ଥାନ ମାନଙ୍କରେ ବ୍ଳିଚିଂ ଓ ଫିନାଇଲ୍ ପକାଯାଉଛି । ଏଥିସହିତ କୁଅ ପାଣିକୁ ବିଶୋଧନ କରାଯାଉଛି । ଉଚ୍ଚ ବିଦ୍ୟାଳୟର ପିଲା ମାନଙ୍କୁ ଖାଇବା ପୂର୍ବରୁ ଓ ଶୌଚ ପରେ କିଭଳି ଏବଂ କେଉଁଭଳି ହାତ ଧୁଆ ହେବ ସେ ଉପରେ ସଚେତନ କରାଇବା ସହ ଡେଙ୍ଗୁ , ମ୍ୟାଲେରିଆ ଓ ଡାଇରିଆ ରୋଗ ଦାଉରୁ କିଭଳି ରକ୍ଷା ପାଇବେ ସେ ଦିଗରେ ସଚେତନ କରାଇଥିଲେ । ଏହି ଅବସରରେ ଗ୍ରାମରେ ଡେଙ୍ଗୁ , ମ୍ୟାଲେରିଆ ଓ ଡାଇରିଆ ରୋଗ ଦାଉରୁ କିଭଳି ସୁରକ୍ଷିତ ରହିବା ସହ ସାବଧାନତା ଦିଗ ଅବଲମ୍ବନ କରିବେ ସେ ସବୁ ଉପରେ ଏକ ସଚେତନତା ଦାସକାଠିଆ ନାଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧ୍ୟିକ୍ଷକ ଡ଼ାଃ ପତିତପାବନ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପିଏଚଇଓ: ମମତା ପାଢୀଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ଚାଲିଥିଲା ଏବଂ ଚାଲିଛି । ଏ ସମସ୍ତ କାର୍ଯ୍ୟକ୍ରମରେ ବାଘଶାଳା ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବିଶ୍ଵନାଥ ସେଠୀ , ଡ଼ାଃ ରଜତ କୁମାର ସେଠୀ , ଏଏନଏମ: କୁମୁଦିନୀ ଜେନା ଏବଂ ସସମିତା ରାଉତ , ମେଲ ସ୍ବାସ୍ଥ୍ୟକର୍ମୀ ଶ୍ରୀ ହେମନ୍ତ କୁମାର ନାୟକ , ଏଲଟି: ଶ୍ରୀମତୀ ସରିତା ନାୟକ ଏବଂ ଆଶାକର୍ମୀ ଶ୍ରୀମତୀ ରାଧାରାଣୀ ପାଣିଗ୍ରାହୀ ଏବଂ ସୁକାନ୍ତି ଦାସ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନା କରିଥିଲେ। ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ