ଗଜପତିରେ ଜେଜେ ବାପା ଜେଜେ ମା ସମ୍ମିଳନୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶିଶୁ ବାଟିକା ରେ ଜେଜେ ବାପା ଜେଜେ ମା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଶିଶୁ ବାଟିକା ପ୍ରମୁଖ ପ୍ରତିମା ସାହୁଙ୍କ ସଂଯୋଜନାରେ ଆୟୋଜିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ମଳିକ ଯୋଗଦେଇ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟl ଆରତୀ ପାଢ଼ୀ, ଉପଦେଷ୍ଟା ବାବୁଲା ସେଠି ଯୋଗଦେଇ ଜେଜେ ବାପା ଜେଜେ ମା ସମ୍ମିଳନୀ ର ଆବଶ୍ୟକତା ଓ ନାତି ନାତୁଣୀଙ୍କ ପ୍ରତି ସେମାନଙ୍କ ଦାୟିତ୍ୱ ଉପରେ କହିଥିଲେ l କାର୍ଯ୍ୟକ୍ରମକୁ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ପରିଚାଳନା କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ