ଗଜପତିରେ ଡିୱାଇଏଫ୍ଆଇର ୪୦ତମ ପ୍ରତିଷ୍ଠା ଦିବସ ପାଳିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର କାଶୀନଗର ବ୍ଲକରେ ଡିୱାଇଏଫ୍ଆଇର ୪୦ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ କାଶୀନଗର ବ୍ଲକର ରେଲିଗୁଡା ଗ୍ରାମରେ ଡିୱାଇଏଫ୍ଆଇ ତରଫରୁ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଦସ୍ୟ ଯୋଗ ଦେଇ ୪୦ତମ ପ୍ରତିଷ୍ଠା ଦିବସ ପାଳନ କରିଥିଲେ । ଡିୱାଇଏଫ୍ଆଇର ରାଜ୍ୟ ସମ୍ପାଦକ ଯତୀନ ମହାନ୍ତି ୪୦ ବର୍ଷ ପୂର୍ତ୍ତିର ପତକା ଉତ୍ତୋଳନ କରିଥିଲେ । ଏଥିରେ ଗଜପତି ଜିଲ୍ଲା ଡିୱାଇଏଫ୍ଆଇର ସଭାପତି ସୋମେଷୁ କୁଡୁଙ୍ଗି,ଜିଲ୍ଲା ସମ୍ପାଦକ ସୁକୁ ଶବର,ନାଗେଶ୍ୱର ଶବର ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇଥିଲେ ।


