ଗଜପତିରେ ଥମୁନାହିଁ ଦାଦନଙ୍କ ଦୁଃଖ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗୋଟିଏ ପଟେ ଗଜପତି ଜିଲ୍ଲା ବାସୀ ତଥା ବିଶେଷ କରି ଯୁବଗୋଷ୍ଠୀ କାମଧନ୍ଦା ନ ପାଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ସେଠାରେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେହି ମୃତ୍ୟୁମୁଖରେ ପଡନ୍ତି ତ କେହି ଦୁର୍ଘଟଣାର ଶିକାର ହୋଇ ଥାନ୍ତି । ଆଉ କେହି କେହି ଦଲାଲ ତଥା ମାଲିକମାନଙ୍କ ଅକଥନୀୟ ନିର୍ଯ୍ୟାତନାର ଶିକାର ହେଉଥିବା ବହୁ ଦୃଷ୍ଟାନ୍ତ ରହିଛି । ଅନ୍ୟପକ୍ଷରେ ଯଦି ଅକାଳରେ ମୃତ୍ୟୁବରଣ କରନ୍ତି ତେବେ ଶବ ଆଣିବାକୁ ବହୁ କଷ୍ଟସ୍ବୀକାର କରୁଛନ୍ତି । ଏପରି ଏକ ଘଟଣା ଗଜପତି ଜିଲ୍ଲା ଗାରବନ୍ଧ ଥାନା ଅନ୍ତର୍ଗତ ରାୟଗଡ ବ୍ଳକର ଗଣ୍ଡାହାତୀ ଗ୍ରାମ ଅନ୍ତର୍ଗତ ଆଶିର୍ବାଦ ନଗରର ରାଜ କୁମାର ଲିମା ଙ୍କ ପୁଅ ରାହୁଲ ଲିମା ଗତ ଦୁଇ ବର୍ଷ ହେଲା ତାମିଲନାଡୁ ରାଜ୍ୟର ତିରିପୁରୁ ଜିଲ୍ଲାରେ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ବୁଧବାର ଦିନ ରାତ୍ର ଦୁଇ ଘଣ୍ଟା ସମୟରେ ମୃତ୍ୟୁବରଣ କରିଥିଲେ । ତିରିପୁରୁ ସ୍ଥିତ ଏସସିଏମ୍ ଗାର୍ମେଣ୍ଟ ପ୍ରାଇଭେଟ ଲିମିଟେଡ ରେ କାର୍ଯ୍ୟ କରୁଥିବା ବେଳେ ହଠାତ ତାର ଦେହ ଅସୁସ୍ଥ ହୋଇଥିଲା ଏବଂ ତାର ମୃତ୍ୟୁ ବରଣ କରିଥିବା ଖବର ପାଇଛି । ତାର ମୃତ ଶରୀରକୁ ନିଜ ଗ୍ରାମ କୁ ଆଣିବା ପାଇଁ ଆର୍ଥିକ ସାମର୍ଥ୍ୟ ନଥିବାରୁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନଙ୍କ ସହାୟତା ମୃତ ଶରୀର କୁ ଆଣିବା ପାଇଁ ମୃତ ବ୍ୟକ୍ତିଙ୍କ ପିତା ଓ ଗ୍ରାମବାସୀମାନେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ