ଗଜପତିରେ ଦୁର୍ଗାପୂଜା ଓ ଦଶହରା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ମୋହନା,ଆର.ଉଦୟଗିରି,ନୁଆଗଡ,ରାୟଗଡ,ଗୋଷାଣି,ଗୁମ୍ମା ଓ କାଶୀନଗର ଆଦି ବ୍ଲକରେ ଦଶହରା ଓ ଦୁର୍ଗାପୂଜା ଅତ୍ୟନ୍ତ ଭକ୍ତିପୁତ ଓ ମହାସମାରୋହରେ ପାଳିତ କରାଯାଉଛି । ପାରଳାଖେମୁଣ୍ଡି ସହରର ଶକ୍ତିପୀଠ ମାଁ ମାଣିକେଶ୍ୱରୀ ଓ ନୀଳାମା ଠାକୁରାଣୀଙ୍କ ମନ୍ଦିରରେ ନବରାତ୍ର ପୂଜାପାଠ ଓ ଚଣ୍ଡିପାଠ ଆଦି ଦିବାରାତ୍ରି ଚାଲୁରହିଛି । ପାରଳାଖେମୁଣ୍ଡି ସହରରେ ଜାକ୍ଜମକରେ ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି । ସହରର ଖଞ୍ଜାସାହି,ବଡବ୍ରାହ୍ମଣ ସାହି,ଓ ମା ଦାଣ୍ଡୁରାମ୍ମାଙ୍କ ମନ୍ଦିର ଠାରେ ଆୟୋଜିତ ଦୁର୍ଗାପୂଜାର ସାଜସଜ୍ଜା,ଆଲୋକ ବ୍ୟବସ୍ଥା ଆଦି ସାଧାରଣଙ୍କୁ ଆକର୍ଷିତ କରିଛି ।